Latest Odisha News

BREAKING NEWS

ୟୁକ୍ରେନ ୱାର ଜୋନରେ ଫସିଥିବା ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ଜାରି

ଦିଲ୍ଲୀ : ୟୁକ୍ରେନର ୱାର ଜୋନରେ ଫସିଥିବା ଥିବା ଭାରତୀୟମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ଦୁଇଟି ସ୍ୱତନ୍ତ୍ର ବିମାନରେ  ଭାରତୀୟ ଦେଶକୁ ଫେରିଛନ୍ତି । ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟରୁ ଏକ ସ୍ୱତନ୍ତ୍ର ବିମାନରେ ୧୮୩ ଜଣ ଭାରତୀୟ ଫେରିଛନ୍ତି । ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ପହଂଚିବା ପରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦର ଯାଦବ ସେମାନଙ୍କୁ ସ୍ୱାଗତ କରିଛନ୍ତି ।

ସେହିପରି ଅନ୍ୟ ଏକ ବିମାନ ରୋମାନିଆର ବୁଚାରେଷ୍ଟରୁ ୨୧୦ ଜଣ ଭାରତୀୟଙ୍କୁ ଆଣି ହିଣ୍ଡନ ଏୟାରବେସରେ ପହଂଚିଛନ୍ତି । ତେବେ ମୋଟ ଉପରେ ୧୩ ହଜାର ୩୦୦ ଭାରତୀୟ ଅପରେସନ ଗଙ୍ଗା ମାଧ୍ୟମରେ ଭାରତକୁ ଫେରିଛନ୍ତି । ଏପଟେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ଉଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ।

Comments are closed, but trackbacks and pingbacks are open.