Latest Odisha News

BREAKING NEWS

୧୧ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ : ମାରିୟୁପୋଲ ସହର ଉପରେ ପୁଣି ଋଷର ବୋମା ବର୍ଷା

ଦିଲ୍ଲୀ : ଋଷ୍ ଗତିକାଲି ସାମୟିକ ଅସ୍ତ୍ରବିରତି ଘୋଷଣା କରିବା ପରେ ଆଜି ପୁଣି ଆକ୍ରମଣକୁ ଜୋରଦାର କରିଛି । ମାରିୟୁପୋଲ ସହର ଉପରେ ସକାଳୁ ସକାଳୁ ବୋମାବର୍ଷା କରୁଛନ୍ତି ଋଷ୍ ସେନା । ବୋମାମାଡରେ ଥରୁଛି ମାରିୟୁପୋଲ । ବିସ୍ଫୋରଣ ଶବ୍ଦରେ ଚାରିଆଡେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି ।

ୠଷ୍ ସେନା ଆକ୍ରମଣ କରିବା ଯୋଗୁଁ ହ୍ୟୁାମାନିଟାରିଆନ କରିଡର କରି ସାଧାରଣ ନାଗରିକଙ୍କୁ ଉଦ୍ଧାର କରିବା ଯୋଜନାକୁ ବନ୍ଦ କରିଦିଆଯାଇଛି । ଅନ୍ୟପଟେ ୟୁକ୍ରେନର ତୃତୀୟ ପାୱାର ପ୍ଲାଂଟକୁ ନିଜ କବଜାକୁ ନେବାକୁ ଋଷ୍ ସେନା ଅଗ୍ରସର ହେଉଛନ୍ତି । ରାଜଧାନୀ କିଭ ସହରର ଦକ୍ଷିଣକୁ ଶହେ କିଲୋମିଟର ଦୂରରେ ରହିଛି କନିବ ହାଇଡ୍ରୋଲିକ୍ ପାୱାର ପ୍ଲାଂଟ । ଏବେୠଷ୍ ସେନାର ଟାର୍ଗେଟରେ ରହିଛି ଏହି ପ୍ଲାଂଟ ।

Comments are closed, but trackbacks and pingbacks are open.