ଜଳେଶ୍ୱର: ଜଳେଶ୍ୱରରୁ ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୪ ଅଭିଯୁକ୍ତ ଗିରଫ । ବାଲେଶ୍ବର ଜିଲ୍ଲାର ଜଳେଶ୍ୱରରେ ବ୍ରାଉନସୁଗାର କାରବାର ଥମିବାର ନାଁ ନେଉନି । ପୁଣି ୨୪୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ପୁଲିସ । ଦୁଇଟି ଅଲଗା ଅଲଗା ଜାଗାରୁ ଚଢାଉ କରି ପୁଲିସ ଓ ଅବକାରୀ ବିଭାଗ ଏହି ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ।
ପେଟ୍ରୋଲିଂ ବେଳେ ଝାଡେଶ୍ୱରପୁର ରାସ୍ତାରେ ଯାଉଥିବା ଜଣେ ଯୁବକକୁ ସନ୍ଦେହ କରି ଅଟକାଇଥିଲା ପୁଲିସ । ପୁଲିସ ତା ନିକଟରୁ ୨୪୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ଉକ୍ତ ଯୁବକଙ୍କୁ ଗିରଫ କରିଥିଲା । ଏଥିସହ ଝାଡେଶ୍ୱରପୁର ଗାଁର ସେକ୍ ଜମାଲୁଦିନ ଓରଫ ସନିଆ ନାମକ ବ୍ୟକ୍ତିଙ୍କ ଘରେ ବ୍ରାଉନସୁଗାର ଗଚ୍ଛିତ ଥିବା ନେଇ ଜଳେଶ୍ୱର ପୁଲିସର ୨୦ ଜଣିଆ ଟିମ୍ ଚଢାଉ କରିଥିଲା ।
ଚଢାଉ ବେଳେ ସନିଆ ଘରୁ ଚମ୍ପଟ ମାରିଥିବା ବେଳେ ତାର ୩ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ତେବେ ସନିଆ ଘରୁ କେତେ ପରିମାଣରେ ବ୍ରାଉନସୁଗାର ଜବତ ହୋଇଛି ସେନେଇ କୌଣସି ସୂଚନା ଦେଇନାହାନ୍ତି ପୁଲିସ ।
Comments are closed.