Latest Odisha News

BREAKING NEWS

ବିଜେପି ରାସ୍ତାରେ ବିଆରଏସ, ‘ଇଣ୍ଡିଆ’ କୁ ଗାଳି କରୁଛନ୍ତି କେସିଆର!

ଭୁବନେଶ୍ୱର: ଯେଉଁ ବିରୋଧୀ ମେଣ୍ଟ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଜୋରଦାର ଉଦ୍ୟମ କରୁଥିଲେ ଏବେ ସେହି ମେଣ୍ଟ କିଛି କାମ ଦେବ ନାହିଁ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଗତ ଦୁଇଟି ନିର୍ବାଚନରେ ଏନଡିଏ ଭଲ ପ୍ରଦର୍ଶନ କରୁଛି। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡିକର ସବୁ ଚାଲକୁ ଅକାମି କରିଦେଉଛନ୍ତି ମୋଦି। କିନ୍ତୁ ଏବେ ଦେଶର ପ୍ରମୁଖ ବିରୋଧୀ ଦଳ ମିଶି ବିରୋଧୀ ମେଣ୍ଟ ଇଣ୍ଡିଆ କରିଛନ୍ତି। ସେହି ଇଣ୍ଡିଆ ଉପରେ ବର୍ଷିଛନ୍ତି କେସିଆର।

ଇଣ୍ଡିଆ ଗଠନ ହେବା ଠାରୁ ବିଜେପି ଏହା ଉପରେ ବର୍ଷିବା ସହ ଖୋଦ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଇଣ୍ଡିଆକୁ ଟାର୍ଗେଟ କରୁଛନ୍ତି। ଏବେ ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଇଣ୍ଡିଆ ଉପରେ ବର୍ଷିଛନ୍ତି।

ଇଣ୍ଡିଆ ଭିତରେ ଥିବା ଦଳଗୁଡିକ ୫୦ ବର୍ଷ ଧରି ଦେଶକୁ ଶାସନ କରୁଥିଲେ। କିନ୍ତୁ ସେମାନେ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କେସିଆର।

ମହାରାଷ୍ଟ୍ର ବାଟେଗାଁଓରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏ କଥା କହିଛନ୍ତି। ଏପରିକି ସେ ଏନଡିଏ କିମ୍ବା ଇଣ୍ଡିଆ ସହ ନ ଥିବା କଥା କହିଛନ୍ତି। କିନ୍ତୁ ତାଙ୍କୁ ବହୁ ଦଳର ସମର୍ଥନ ଥିବା ସେ କହିଛନ୍ତି।

ଏପରିକି କୌଣସି ମୋର୍ଚ୍ଚା କାମ ଦେଉ ନ ଥିବାରୁ ସେ କିଛି ମୋର୍ଚ୍ଚା କରିବେନି ବୋଲି କହିଛନ୍ତି। ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସେଠାରେ ବିଆରଏସ ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି।

ଏପରିକି ରାହୁଲ ଗାନ୍ଧୀ କିଛି ଦିନ ପୂର୍ବେ ତେଲେଙ୍ଗାନା ଗସ୍ତ କରି ବିଆରଏସକୁ ବିଜେପିର ବି ଟିମ କହିଛନ୍ତି। ସେପଟେ ଦିଲ୍ଲୀ ସର୍ଭିସ ବିଲକୁ କେସିଆର ବିରୋଧ କରିଛନ୍ତି।

ଇଣ୍ଡିଆ ମେଣ୍ଟର କିଛି ବିରୋଧୀ ଦଳଙ୍କୁ କେସିଆର ସହଯୋଗ କରୁଥିବାବେଳେ ସେମାନଙ୍କ ଯୋଗାଯୋଗରେ ବି ରହୁଛନ୍ତି। ଏ କଥାକୁ ବି ସେ ମାନିଛନ୍ତି।

କିନ୍ତୁ ତା ସତ୍ତ୍ୱେ ମଧ୍ୟ ଇଣ୍ଡିଆ ଓ ଇଣ୍ଡିଆ ଭିତରେ ଥିବା ବିରୋଧୀ ଦଳଗୁଡିକୁ କେସିଆର ଟାର୍ଗେଟ କରିବା ରାଜନୈତିକ ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି।

Leave A Reply

Your email address will not be published.