Latest Odisha News

BREAKING NEWS

ଟେନିସକୁ ଅଲବିଦା କହିଲେ ବିଶ୍ୱର ସବୁଠାରୁ ସଫଳ ଡବଲ୍ସ ଯୋଡି ବ୍ରାୟନ ବ୍ରଦର୍ସ

ୱାଶିଂଟନ: ବିଶ୍ୱର ସବୁଠାରୁ ସଫଳ ପୁରୁଷ ଡବଲ୍ସ ଯୋଡି ବ୍ରାୟନ ବ୍ରଦର୍ସ ଶୁକ୍ରବାର ଟେନିସକୁ ଅଲବିଦା କହିଛନ୍ତି । ଆମେରିକାର ଏହି ଦୁଇ ଯାଁଆଳ ଭାଇ ବବ ବ୍ରାୟନ ଓ ମାଇକ ବ୍ରାୟନ ଦକ୍ଷତା ବଳରେ ୧୬ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି । ସେହିପରି ୧୧୯ ଟୁର ସ୍ତରୀୟ ଓ ୨୦୧୨ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ଉଭୟଙ୍କୁ ଏବେ ୪୨ ବର୍ଷ । କିଛି ଦିନ ହେବ ସେମାନଙ୍କ ଅବସର ନେଇ ଚର୍ଚ୍ଚା ଜୋର ଧରିଥିଲା । ଆମେରିକା ଓପନରେ ଏଥର ନାମ ନ ଦେବା ଫଳରେ ସେ ଅବସର ନେବା ସ୍ପଷ୍ଟ ହୋଇଛି । ଆମେରିକା ଓପନରେ ସେମାନେ ଲଗାତାର ୫ ଡବଲ୍ସ ଟାଇଟଲ ଜିତିଥିଲେ । ସେହିପରି ଡେଭିସ କପରେ ସେମାନଙ୍କ ପ୍ରଦର୍ଶନ ବଳରେ ଆମେରିକା ୨୦୦୭ରେ ଟାଇଟଲ ହାସଲ କରିବାରେ ସଫଳ ହୋଇଥିଲା ।

Leave A Reply

Your email address will not be published.