Latest Odisha News

ନବରଙ୍ଗପୁର ଟିଏମସିରୁ ବିଏସ୍ଏଫ୍ ଯବାନ ଫେରାର

ନବରଙ୍ଗପୁର: କରୋନା ସଂକ୍ରମିତ ଜଣେ ବିଏସ୍ଏଫ୍ ଯବାନ ନବରଙ୍ଗପୁର ଜିଲ୍ଲାର ଏକ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମସି)ରୁ ଖସି ପଳାଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ପୋଷ୍ଟିଂ ପାଇଥିବା ଏହି ବିଏସ୍ଏଫ୍ ଯବାନ କରୋନା ପଜିଟିଭ ଥିବା ନେଇ ଜୁନ୍ ୨୪ରେ ଜଣାପଡିଥିଲା। ପରେ ତାଙ୍କୁ ନବରଙ୍ଗପୁର ସହରର ଏକ ପଲିଟେକ୍ନିକ୍ ଇନଷ୍ଟିଚ୍ୟୁଟର ଏକ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମସି) ରେ କ୍ବାରେଣ୍ଟାଇନରେ ରଖାଯାଇଥିଲା।

ସମ୍ପୃକ୍ତ ଯବାନ ଜଣକ ଜୁଲାଇ ୧୦ରେ ଟିଏମସିରୁ ନିଖୋଜ ଥିବା ଜଣାପଡିଛି।

ଯବାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିବା ନେଇ ନବରଙ୍ଗପୁର ଟାଉନ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.