Latest Odisha News

BREAKING NEWS

ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ

ଚିତ୍ରକୋଣ୍ଡା(ମାଲକାନଗିରି): ନିଜ ସର୍ଭିସ୍ ରିଭଲଭରରୁ ଗୁଳି ଫୁଟାଇ ଯବାନଙ୍କ ଆତ୍ମହତ୍ୟା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ନିକଟ ବିଏସ୍ଏଫ୍ କ୍ୟାମ୍ପରେ ଘଟିଛି ଏହି ଅଘଟଣ ।

ଆତ୍ମହତ୍ୟା କରିଥିବା ଯବାନଙ୍କ ନାଁ ଶେଷ କର୍ଣ୍ଣ । ତାଙ୍କ ଘର ରାଜସ୍ଥାନରେ । ଚିତ୍ରକୋଣ୍ଡା ୯ ନମ୍ବର ବାଟାଲିଅନ୍‌ରେ କାର୍ଯ୍ୟରତ ଥିଲେ ଶେଷ କର୍ଣ୍ଣ ।

ବିଏସଏଫ କ୍ୟାମ୍ପ ପରିସରରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ କେଉଁ କାରଣରୁ ଯବାନ ଜୀବନ ହାରିଲେ ତାହା ସ୍ପଷ୍ଟ ହୋଇନି । ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.