Latest Odisha News

BREAKING NEWS

ରେଳ ଧାରଣାରୁ ଉଦ୍ଧାର ହେଲା ଯବାନଙ୍କ ମୃତ ଦେହ, ହତ୍ୟା ସନ୍ଦେହ

କୋରାପୁଟ: ଟ୍ରେନ୍ ଲାଇନରୁ ମିଳିଲା ଯବାନଙ୍କ ମୃତ ଦେହ । କେରାପୁଟ ଲାଣ୍ଡିଗୁଡା ନିକଟ ନୂଆ କଲୋନୀ ରେଳ ଲାଇନରୁ ଜଣେ ଯବାନଙ୍କ ମୃତ ଦେହ ମିଳିଛି । ତେବେ ମୃତକ ଯବାନ ଜଣକ ବିଏସଏଫ ଯବାନ ଧ୍ରୁବରାଜ ପ୍ରଧାନ ବୋଲି ଜଣା ପଡିଛି । ସେ ସ୍ଥାନୀୟ ବିଏସଏଫ କ୍ୟାମ୍ପରେ ଡ୍ୟୁଟିରେ ରହିଥିଲେ । ସୋମବାର ଅପରାହ୍ଣରେ କୌଣସି କାମରେ କ୍ୟାମ୍ପରୁ ବାହାରିଥିଲେ ଧ୍ରୁବ । ତେବେ କାଲିଠୁ ତାଙ୍କ ସମ୍ପର୍କରେ କୌଣସି ଖୋଜ ଖବର ମିଳିନଥିଲା । ଶେଷରେ ଆଜି ସକାଳୁ ତାଙ୍କ ମୃତ ଦେହ ରେଳ ଲାଇନରୁ ଉଦ୍ଧାର କରାଯାଇଛି । ଯାହାକୁ ନେଇ ଏବେ ଖେଳିଯାଇଛି ଚାଞ୍ଚଲ୍ୟ ।

ଉକ୍ତ ଯବାନ ଜଣଙ୍କ  ଝାରସୁଗୁଡା ଜିଲ୍ଲା ବନହରପାଲ୍ଲି ଥାନା ଅନ୍ତର୍ଗତ ବାସିନ୍ଦା ବୋଲି ଜଣା ପଡିଛି । ତେବେ ତାଙ୍କର ମୃତ୍ୟୁ କିପରି ହେଲ ସେନେଇ କୌଣସି ସୂଚନା ମିଳିନଥିବା ବେଳେ ପରିବାର ଲୋକ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ କିଛି ସୂଚନା ମିଳିପାରିନାହିଁ । ଯାହାକୁ ନେଇ ଅଧିକ ତଦନ୍ତ ଜାରି କରିଛି ସ୍ଥାନୀୟ ପୋଲିସ ।

Leave A Reply

Your email address will not be published.