Latest Odisha News

BREAKING NEWS

ଦକ୍ଷିଣ କୋରିଆ ସୀମାର ୫୦ ମିଟର ଭିତରକୁ ପ୍ରବେଶ କଲା ଉତର କୋରିଆ ସେନା

ସିଓଲ: ଉତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ ଏବେ ତୀବ୍ର ରୂପ ନେଇଛି । ଉତର କୋରିଆର ୨୦ରୁ ୩୦ ସୈନିକ ଦକ୍ଷିଣ କୋରିଆ ସୀମାର ୫୦ ମିଟର ଭିତରକୁ ପ୍ରବେଶ କରିଛି । ଏହାର ଜବାବରେ ଦକ୍ଷିଣ କୋରିଆ ପକ୍ଷରୁ ଗୁଳିମାଡ କରାଯାଇଥିଲା । କିଛି ସମୟ ପରେ ଅବଶ୍ୟ ଉତର କୋରିଆ ସେନା ଫେରି ଯାଇଥିଲେ । ପ୍ରାରମ୍ଭିକ ତଦନ୍ତ ପରେ ସେନାମାନେ ଭୁଲରେ ସୀମା ମଧ୍ୟକୁ ପ୍ରବେଶ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ, ଦୁଇ ଦେଶର ସୀମାରେ ସର୍ବଦା ସେନା ମୁହାଁମୁହିଁ ସ୍ଥିତିରେ ରହିଥାନ୍ତି । ଦକ୍ଷିଣ କୋରିଆ ତାର ସୀମା ମଧ୍ୟରେ ୨୦ ଲକ୍ଷ ମାଇନ୍ସର ଜାଲ ବୁଣିଛି । ବର୍ଡରରେ କଂଟା ତାର ଏବଂ ସ୍ପେଶାଲ ଫୋର୍ସ ସର୍ବଦା ନିୟୋଜିତ ରହିଥାନ୍ତି ।

୧୯୫୦ରୁ ୫୩ ପର୍ଯ୍ୟନ୍ତ କୋରିଆ ଯୁଦ୍ଧର ସମାପ୍ତ ପାଇଁ ଏକ ବୁଝାମଣାରେ ସୀମା ନିର୍ଦ୍ଧାରଣ କରାଯାଇଥିଲା । ତେବେ ଉତର କୋରିଆ ସର୍ବଦା ଏହାର ବିପକ୍ଷରେ ରହିଛି । ଦକ୍ଷିଣ କୋରିଆକୁ ଆମେରିକା ଏବଂ ଉତର କୋରିଆକୁ ଚୀନ ସର୍ବଦା ସହଯୋଗ ଯୋଗାଇ ଆସୁଛନ୍ତି ।

Leave A Reply

Your email address will not be published.