Latest Odisha News

ନିଜ ଜାଲରେ ଫସିଲା ପାକିସ୍ତାନ; ଥାନାକୁ କବ୍ଜା କଲେ ତାଲିବାନୀ, କର୍ମଚାରୀ ପଣବନ୍ଦୀ

ପେଶାୱାର୍‌:ଶେଷରେ ନିଜ ଜାଲରେ ନିଜେ ଫସିଲା ପାକିସ୍ତାନ । ଯେଉଁ ଆତଙ୍କବାଦୀଙ୍କୁ ସହାୟତା ଦେଇ ନିଜ ସ୍ୱାର୍ଥ ପାଇଁ କାମରେ ଲଗାଉଥିଲା ଆଜି ସେଇ ଆତାଙ୍କବାଦ ତା ପାଇଁ ନାଗଫାଶ ସାଜିଛି  । ଆତଙ୍କବାଦୀମାନେ ପାକିସ୍ତାନର ଉତ୍ତରପଶ୍ଚିମ ପ୍ରଦେଶ ଖୈବର୍‌-ପଖ୍‌ତୂନ୍‌ଖ୍ୱାରେ ରବିବାର ଏକ  ଥାନାକୁ ସିଜ୍‌ କରିନେଇଛନ୍ତି ଏବଂ କେତେ ଜଣଙ୍କୁ ପଣବନ୍ଦୀ ରଖିଛନ୍ତି ।

ଜଣେ ପାକିସ୍ତାନୀ ପୋଲିସ କର୍ମଚାରୀଙ୍କ କହିବା ଅନୁଯାୟୀ,  ତେରିକ୍‌-ଏ-ତାଲିବାନ୍‌ ପାକିସ୍ତାନ (ଟିଟିପି) ଆତଙ୍କବାଦୀମାନେ  ବାନ୍ନୁ କ୍ୟାଣ୍ଟନ୍‌ମେଣ୍ଟ୍‌ରେ ପ୍ରବେଶ କରି କୁଖ୍ୟାତ ଆତଙ୍କବାବୀମାନଙ୍କୁ ମୁକ୍ତ କରି ଦେଇଛନ୍ତି।

ତେବେ ଆତଙ୍କବାଦୀମାନେ କ୍ୟାଣ୍ଟେନମେଣ୍ଟ ବାହାରେ ଆକ୍ରମଣ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଏପରିକି ସେମାନେ ସୁରକ୍ଷାକର୍ମୀଙ୍କଠାରୁ ଅସ୍ତ୍ରଶସ୍ତ୍ର ନେଇଛନ୍ତି କି ନାହିଁ ତାହା ମଧ୍ୟ ଜଣାପଡି ନାହିଁ । ଏହି ଖବର ଜଣାପଡ଼ିବା ପରେ ପାକିସ୍ତାନୀ ପୋଲିସ ଫୋର୍ସଙ୍କୁ ଘଟଣାସ୍ଥଳରେ ମୁତୟନ କରାଯାଇଛି । ଖୈବର୍‌-ପଖ୍‌ତୂନ୍‌ଖ୍ୱା ମୁଖ୍ୟଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।

ଅନ୍ୟପକ୍ଷେ ସିଟିଡି ପରିସରରେ ଥିବା ତାଲିବାନଙ୍କ ପକ୍ଷରୁ ଜାରି ଏକ ଭିଡିଓରେ କୁହାଯାଇଛି, ୯ ଜଣ ପୋଲିସଙ୍କୁ ତାଲିବାନମାନେ ନିଜ କବ୍ଜାରେ ରଖିଛନ୍ତି । ଏହି ପୋଲିସ କର୍ମଚାରୀଙ୍କ ମୁକ୍ତିପାଇଁ ତାଲିବାନମାନେ  ସେମାନଙ୍କୁ  ବିମାନ ଯୋଗେ ଆଫଗାନିସ୍ତାନ ଯିବାର ବ୍ୟବସ୍ଥା କରିବା ପାଇଁ ଦାବି କରିଥିଲେ।

ସୂଚନାଥାଉ କି, ସାଉଥ୍‌ ୱାଜିରସ୍ଥାନର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲକି ମାରୱାଟ ବୋର୍ଡିଂରେ ରବିବାର ସକାଳେ  ତାଲିବାନ ଆକ୍ରମଣର କିଛି ଘଣ୍ଟା ପରେ ଏହି ଘଟଣା ଘଟିଛି ।ଏହି ଘଟଣାରେ ୪ ଜଣ ପୋଲିସ କର୍ମଚାରୀ ନିହତ ହୋଇଥିବାବେଳେ ଅନେକ ଆହତ ହୋଇଥିଲେ ।

Comments are closed.