ଭୁବନେଶ୍ବର: ଏଣିକି ସରକାରୀ କାର୍ଯ୍ୟାଳୟରେ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ୍) ନେଟୱାର୍କ ବ୍ୟବହାର ବାଧ୍ୟତାମୂଳକ ହେବ । ବିଏସଏନଏଲ୍ ର ଗୌରବମୟ ଯୁଗକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଇଲୋକ୍ଟ୍ରୋନିକକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡା ସବୁ ବିଭାଗକୁ ଚିଠି ଲେଖିଛି । ଏହି ଆଧାରରେ ଏଣିକି ସମସ୍ତ ସରକାରୀ ପ୍ରତିଷ୍ଠାନରେ ବିଏସ୍ଏନ୍ଏଲ୍ ଇଣ୍ଟରନେଟ, ବ୍ରଡ଼ ବ୍ୟାଣ୍ଡ, ଲ୍ୟାଣ୍ଡଲାଇନ, ଲିଜ୍ ଲାଇନ୍ ସେବା ବ୍ୟବହାର ହେବ । DRCS ଏବଂ ARCS କୁ ମଧ୍ୟ ସେମାନଙ୍କ ଅଧୀନରେ ଆସୁଥିବା କାର୍ଯ୍ୟାଳୟଗୁଡ଼ିକୁ ଏ ସମ୍ପର୍କରେ ଲେଖି ୩୦ ଦିନ ପରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।
ସମସ୍ତ ସରକାରୀ ପ୍ରତିଷ୍ଠାନରେ ଇଣ୍ଟରନେଟ୍, ବ୍ରଡବ୍ୟାଣ୍ଡ, ଲ୍ୟାଣ୍ଡଲାଇନ୍, ଲିଜ୍ ଲାଇନ ପାଇଁ ବିଏସଏନଏଲ/ଏମଟିଏନଏଲ୍ ନେଟୱାର୍କ ବ୍ୟବହାର କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶର ଲକ୍ଷ୍ୟ ହେଉଛି ସରକାରୀ ମୋବାଇଲ୍ ନେଟୱାର୍କ, ସେବା ଯାହା ୨୪ ବର୍ଷ ପୂର୍ବେ ୧୫ ସେପ୍ଟେମ୍ବର ୨୦୦୦ରେ ପ୍ରତିଷ୍ଠିତ ହୋଇଥିଲା, ତାହାର ପୁନରୁଦ୍ଧାର କରିବା ଏବଂ ଏହାକୁ ଏକ ଲାଭଦାୟକ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗ (PSU) କରିବା ।
Comments are closed.