ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତର ଏକ ଛୋଟ ସହରରୁ ଆସିଥିବା ୨୩ ବର୍ଷୀୟ ଯୁବକ ନିଜର ଅକ୍ଲାନ୍ତ ପରିଶ୍ରମ ଓ ଉତ୍ସାହ ବଳରେ କ୍ୟାରିଅରରେ ଏକ ଅସାଧାରଣ ମାଇଲଷ୍ଟୋନ୍ ହାସଲ କରିଛନ୍ତି। କମ୍ପ୍ୟୁଟର ସାଇନ୍ସରେ ବିଟେକ୍ ସାରିବା ପରେ ତାଙ୍କୁ ମାତ୍ର ୩.୬ ଲକ୍ଷ ଟଙ୍କା ବାର୍ଷିକ ପ୍ୟାକେଜରେ ଏକ ପ୍ଲେସମେଣ୍ଟ ମିଳିଥିଲା। କିନ୍ତୁ ଏହି ଚାକିରିରେ ଯୋଗଦେବା ପାଇଁ ତାଙ୍କୁ ୮ ମାସର ଦୀର୍ଘ ଅପେକ୍ଷା କରିବାକୁ ପଡ଼ିଥିଲା।
ସଂଘର୍ଷରୁ ସଫଳତାର ଯାତ୍ରା
ଏହି ଯୁବକ ରେଡିଟ୍ରେ ନିଜର ସଂଘର୍ଷ ଓ ସଫଳତାର କାହାଣୀ ସେୟାର କରିଛନ୍ତି। କମ୍ପ୍ୟୁଟର ସାଇନ୍ସରେ ବିଟେକ୍ ସାରି ସେ ଟେକ୍ନୋଲୋଜି ଦୁନିଆରେ ପାଦ ରଖିଥିଲେ। ବିଶେଷ କଥା ହେଲା, ସେ ନିଜ ପରିବାରରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ପ୍ରଥମ ବ୍ୟକ୍ତି। କ୍ୟାମ୍ପସ ପ୍ଲେସମେଣ୍ଟରେ ଏକ ମଲ୍ଟିନ୍ୟାସନାଲ କମ୍ପାନୀରେ ଚାକିରି ମିଳିଥିଲା, କିନ୍ତୁ ଆର୍ଥିକ ଦୃଷ୍ଟିରୁ ଏହା ପର୍ଯ୍ୟାପ୍ତ ନଥିଲା। ଏହା ସହିତ ୮ ମାସର ଅପେକ୍ଷା ତାଙ୍କୁ ଆହୁରି କିଛି କରିବା ପାଇଁ ପ୍ରେରଣା ଦେଇଥିଲା।
ଏହି ସମୟରେ ସେ ୫୦୦ରୁ ଅଧିକ ଚାକିରି ପାଇଁ ଆବେଦନ କରିଥିଲେ ଏବଂ ସବୁଠାରେ ଅସଫଳ ହୋଇଥିଲେ। ତଥାପି ସେ ହାର ମାନି ନଥିଲେ। ସେ ଅନ୍ତର୍ଜାତୀୟ ସ୍ତରରେ ଉପଲବ୍ଧ ୫୦୦ରୁ ଅଧିକ ରିମୋଟ୍ ଜବ୍ ପାଇଁ ଆବେଦନ କରିଥିଲେ, ପ୍ରତ୍ୟେକ ଆବେଦନକୁ ଆବଶ୍ୟକତା ଅନୁସାରେ କଷ୍ଟମାଇଜ୍ କରିଥିଲେ। ଅନ୍ତତଃ ଗୋଟିଏ ସ୍ଥାନରୁ ଇଣ୍ଟରଭ୍ୟୁ ପାଇଁ ଡାକରା ମିଳିଥିଲା। ଏହା ତାଙ୍କୁ ଓପନଏଆଇର ଏକ ପ୍ରୋଜେକ୍ଟରେ ରିମୋଟ୍ କାମ କରିବାର ସୁଯୋଗ ଦେଇଥିଲା। ଏହି ୨୩ ବର୍ଷୀୟ ଯୁବକ ଏବେ ନିଜର ରିମୋଟ୍ ଜବ୍ରୁ ବାର୍ଷିକ ୨୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
ଦିନ-ରାତି ପରିଶ୍ରମର ଫଳ
ଓପନଏଆଇ କମ୍ପାନୀ ତାଙ୍କ ଉପରେ ଭରସା କରି କାମ କରିବାର ସୁଯୋଗ ଦେଇଥିଲା। ଏହି ପ୍ରୋଜେକ୍ଟ ତାଙ୍କ କ୍ୟାରିଅରକୁ ନୂଆ ଦିଗକୁ ନେଇଥିଲା ଏବଂ ଘରେ ବସି ମାସିକ ୨୦ ଲକ୍ଷ ଟଙ୍କା ରୋଜଗାର କରିବାର ଅସାଧାରଣ ସୁଯୋଗ ଦେଇଥିଲା।
ରେଡିଟ୍ରେ ସେ ନିଜର ସଫଳତାର ମନ୍ତ୍ର ମଧ୍ୟ ସେୟାର କରିଛନ୍ତି। ସେ ଦିନ-ରାତି କାମ କରିଥିଲେ, ପ୍ରତି ରାତିରେ ମାତ୍ର ୪-୫ ଘଣ୍ଟା ଶୋଇଥିଲେ ଏବଂ ଦୁନିଆରୁ ଅଲଗା ହୋଇ କେବଳ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେଇଥିଲେ। ସେ ପ୍ରମାଣ କରିଛନ୍ତି ଯେ ଦକ୍ଷତା ଓ ଇଣ୍ଟରନେଟ ସଂଯୋଗ ଥାଇଲେ ଭୌଗୋଳିକ ବାଧାକୁ ଅତିକ୍ରମ କରାଯାଇପାରେ। ତାଙ୍କୁ ମିଳିଥିବା ରିମୋଟ୍ ଜବ୍ର ଅଫର୍ ଏହାର ଜ୍ୱଳନ୍ତ ପ୍ରମାଣ।
BREAKING NEWS
- Asian Games 2026: ଝିଅ ଦେଖାଇଲେ ଦମ୍…୮୫ ପଦକ ପରେ ବି ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ! ପୂର୍ବ ଅପେକ୍ଷା କମିଲା ସଂଖ୍ୟା, ‘ସ୍ୱର୍ଣ୍ଣ’ରେ କାହିଁକି ପଛରେ ପଡ଼ିଲା ଭାରତ?
- Modi Cabinet: ବିଦା ହେବେ କି ୨ କେନ୍ଦ୍ରମନ୍ତ୍ରୀ? ରାଜ୍ୟସଭା ଲିଷ୍ଟରୁ ନାଁ ଗାଏବ! ମୋଦୀ କ୍ୟାବିନେଟରେ ବଡ଼ ପରିବର୍ତ୍ତନ ଆଭାସ!
- SCB ମେଡିକାଲରେ ହାଇଡ୍ରାମା; ପାଣିଟାଙ୍କିରୁ ଡେଇଁ ପଡ଼ିଲେ ଯୁବକ
- Gold Coin for Brides: ନବଜାତ ଶିଶୁଙ୍କୁ ସୁନାମୁଦି ପରେ ଏବେ ନୂଆ ବୋହୂଙ୍କୁ ସୁନା! ମୁଖ୍ୟମନ୍ତ୍ରୀ ହେବା ପରେ ଥାଲାପତି ବିଜୟଙ୍କ ଆଉ ଏକ ଚର୍ଚ୍ଚିତ ଯୋଜନା
- ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା
- ଋଷ ଆକ୍ରମଣରେ ଛାରଖାର ୟୁକ୍ରେନର ରେଳସେବା: ସଙ୍କଟରେ କିଭ୍ !
- ଯନ୍ତର ମନ୍ତର ଯୌନ ନିର୍ଯାତନା ଅଭିଯୋଗ: ଦିଲ୍ଲୀ ACP ବିବେକ ଭଗତଙ୍କ ପଦୋନ୍ନତି ଉପରେ ରୋକ୍
- ଆଜିଠାରୁ ହବିଷ୍ୟାଳୀଙ୍କ ଅନଲାଇନ ଆବେଦନ…
- ଭୂକମ୍ପରେ ଥରିଲା ଆସାମର ନାଗାଓଁ; ତୀବ୍ରତା ୪.୫…
- Redeveloped Kalinga Studio:ପୁନର୍ବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ;ରହିଛି ସ୍ନୋ-ହାଉସ୍ ସହ ଏହି ସମସ୍ତ ବ୍ୟବସ୍ଥା

Comments are closed.