Latest Odisha News

BREAKING NEWS

‘ବିଏସଏନଏଲ’ ଗ୍ରାହକଙ୍କ ପାଇଁ ଖୁସି ଖବର, ଖୁବଶୀଘ୍ର ଆସୁଛି ‘୪ଜି’ ସେବା

ଭୁବନେଶ୍ୱର: ‘ବିଏସଏନଏଲ’ ଗ୍ରାହକଙ୍କ ପାଇଁ ଖୁସି ଖବର । ବିଏସ୍‌ଏନ୍‌ଏଲ କମ୍ପାନୀ ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛି ୪ଜି ସେବା । ଏଥିପାଇଁ ପାଇଁ କମ୍ପାନୀ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଛି।

ମାତ୍ର ଟେକ୍‌ନିକାଲ କାରଣ ଯୋଗୁଁ ବଡ ସହରରେ ଏହା ଆରମ୍ଭ ହେବା କଷ୍ଟକର। କମ୍ପାନୀ ଦେଇଥିବା ସୁଚନା ଅନୁସାରେ ବିଏସ୍‌ଏନ୍‌ଏଲ ୧୦୦ ବିଟିଏସ୍‌ ସହ ୪ଜି ଆରମ୍ଭ କରିଛି। କୋଲକାତା ସର୍କଲ କଭର କରିବା ପାଇଁ ୧୬୦୦ ବିଟିଏସର ଆବଶ୍ୟକତା ରହିଛି।

ପଶ୍ଚିମ ବଙ୍ଗର ବିଏସ୍‌ଏନ୍‌ଏଲ ସିଜିଏମ୍‌ ରମାକାନ୍ତ ଶର୍ମା କହିଛନ୍ତି ଯେ, ସିକ୍କିମ୍‌ରେ ବିଏସ୍‌ଏନ୍‌ଏଲ ୪ଜି ଲଞ୍ଚ କରାଯାଇଛି। ୪ଜି ସ୍ପେକଟ୍ରମ ଆସିବା ପରେ ଆଗାମୀ ୨ ମାସ ମଧ୍ୟରେ ଏହା ପୁରା ପଶ୍ଚିମ ବଙ୍ଗରେ ଲାଗୁ ହୋଇପାରିବ।

ଏହାପରେ ସରାଦେଶର ଏହି ସେବା ଉପଲବ୍ଧ ହେବା ନେଇ ସୂଚନା ରହିଛି ।

Comments are closed.