Latest Odisha News

BREAKING NEWS

ବଜେଟ୍ ୨୦୨୦: ୬ ଲକ୍ଷ ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ôଥକ ବର୍ଷ ଲାଗି ଶନିବାର ଦିନ ସଂସଦରେ ବଜେଟ୍ ଉପସ୍ଥାପନା କରିଛନ୍ତି । ମୋଦି ସରକାରଙ୍କ ୨.୦ କାର୍ଯ୍ୟକାଳ ସମୟର ଏହା ହେଉଛି ଦ୍ୱିତୀୟ ବଜେଟ୍ ।

ଏହି ଅବସରରେ ଅର୍ଥମନ୍ତ୍ରୀ ବଜେଟ୍ ଭାଷଣରେ ମତ୍ସ୍ୟ ପାଳନ ଠାରୁ ଆରମ୍ଭ କରି କୃଷକମାନଙ୍କ ଲାଗି ବଡ ଘୋଷଣା କରିଛନ୍ତି । ନିର୍ମଳା ସୀତାରମଣ ମୋବାଇଲ୍ ଫୋନ୍ ଓ ଇଲେକ୍ଟ୍ରିକ୍ ଉପକରଣର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ବିଭିନ୍ନ ଘୋଷଣା ମଧ୍ୟ କରିଛନ୍ତି ।

ଅପରପକ୍ଷରେ କେନ୍ଦ୍ର ସରକାର ବଜେଟରେ ମହିଳାଙ୍କୁ ଗୁରୁତ୍ୱ ଦେଇଛନ୍ତି । ଏପରିକି ମହିଳା ସଶକ୍ତିକରଣ ଲାଗି ଅନେକ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି । ସେଥିମଧ୍ୟରେ ବେଟି ବଚାଓ, ବୋଟି ପଢାଓ ଅନ୍ୟତମ । ଯାହାଫଳରେ ଶିଶୁ ଅନୁପାତରେ ମଧ୍ୟ ବଡ ପରିବର୍ତ୍ତନ ନଜରକୁ ଆସିଛି ।

ସେ ପ୍ରାୟ ୬ ଲକ୍ଷ ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି ।

Leave A Reply

Your email address will not be published.