Latest Odisha News

BREAKING NEWS

ବଜେଟ୍ ୨୦୨୧: ୩ ବର୍ଷରେ ୭ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଅର୍ଥମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ସୋମବାର ଦିନ ସଂସଦରେ ଉପସ୍ଥାପିତ ହୋଇଛି। ତାହା ପୁଣି ଡିଜିଟାଲ ମାଧ୍ୟମରେ।

ସଂସଦରେ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ ଯୋଜନାକୁ ଅନ୍ତର୍ଭୁକ୍ତ କରୁଛନ୍ତି। ଏହି ଘୋଷଣା କରିଛନ୍ତି। ତନ୍ମଧ୍ୟରେ ସାରା ଦେଶରେ ୭ଟି ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା କରାଯିବ ବୋଲି ସେ ଘୋଷଣା କରିଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ପିଏଲଆଇ ଯୋଜନା ବ୍ୟତୀତ ମେଗା ଇନଭେଷ୍ଟମେଣ୍ଟ ଟେକ୍ସଟାଇଲ ପାର୍କର ଏକ ଯୋଜନା ଆରମ୍ଭ କରାଯିବ। ଏହି ଯୋଜନା ୩ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବ।

ଅଧିକ ପଢନ୍ତୁ- ରେଳବାଇ ପାଇଁ ବଜେଟରେ ୧.୧୦ଲକ୍ଷ କୋଟି ଟଙ୍କା ବ୍ୟୟବରାଦ

ଯାହା ପିଏଲଆଇ ଯୋଜନା ଆଡିଟନରେ ରହିବ। ଏପରିକି ବିଶ୍ୱରେ ରପ୍ତାନି କରୁଥିବା ଦେଶ ମାନଙ୍କ ମଧ୍ୟରେ ଭାରତ ନାମ କରିପାରିବ। ଏହା ଏକ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ସୃଷ୍ଟି କରିବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି।

Leave A Reply

Your email address will not be published.