ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ସୋମବାର ଦିନ ସଂସଦରେ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସଂସଦରେ ପେପର ଲେସ ତଥା ଟ୍ୟାବ୍ ମାଧ୍ୟମରେ ବଜେଟ୍ ଉପସ୍ଥାପନ କରୁଛନ୍ତି।
ଅର୍ଥମନ୍ତ୍ରୀ ଦେଶର ବିଭିନ୍ନ କ୍ଷେତ୍ର ପାଇଁ ନୂଆନୂଆ ଘୋଷଣା କରିବା ସହ ବଜେଟ୍ ଆବଣ୍ଟନ କରୁଛନ୍ତି। ଏହି ଅବସରରେ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଡିଜିଟାଲ୍ ଜନଗଣନା ଲାଗି ଘୋଷଣା କରାଯାଇଛି। ଯେଉଁଥିପାଇଁ ୩,୭୬୦ କୋଟି ଟଙ୍କା ବ୍ୟୟବରାଦ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।
ଅଧିକ ପଢନ୍ତୁ- ବଜେଟ୍ ୨୦୨୧: ୩ ବର୍ଷରେ ୭ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଅର୍ଥମନ୍ତ୍ରୀଙ୍କ ଘୋଷଣା
ଏହା ବ୍ୟତୀତ ସୀତାରମଣ ୨୦୨୧ ସାଧାରଣ ବଜେଟରେ କୃଷି, ରେଳ, ସଡକ, ମେଟ୍ରୋ, ଟେକ୍ସଟାଇଲ୍, ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ବିଭିନ୍ନ କ୍ଷେତ୍ରକୁ ସାମିଲ କରିଛନ୍ତି।
Comments are closed.