Latest Odisha News

BREAKING NEWS

ଆୟକର ନେଇ ବଡ଼ ଘୋଷଣା: ୭୫ ବର୍ଷରୁ ଅଧିୟ ବୟସ୍କ ଦେବେନି IT ରିଟର୍ଣ୍ଣ, ବଢ଼ିଲା ଟ୍ୟାକ୍ସ ଅଡିଟ୍ ଲିମିଟ୍

ନୂଆଦିଲ୍ଲୀ: ବଜେଟରେ ବରିଷ୍ଠ ନାଗରିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କୁ ଆୟକରରେ ବଡ ରିହାତି ଦେଇଛନ୍ତି । ପେନସନ ପାଉଥିଲେ ଦେବାକୁ ପଡିବନି ଆୟକର । ୭୫ ବର୍ଷରୁ ଅଧିକ ବୟସ୍କ ଦେବାକୁ ପଡ଼ିବନି ଆୟକର ରିଟର୍ଣ୍ଣ । ପେନସନ ଓ ସୁଧରୁ ଆୟ ପାଉଥିବା ବ୍ୟକ୍ତିଙ୍କୁ ରିହାତି ଦେଇଛନ୍ତି ।ସୌଜନ୍ୟ: ଲୋକସଭା ଟିଭି

ନିର୍ମଳା କହିଛନ୍ତି, ସ୍ୱାଧୀନତାର ୭୫ ତମ ବାର୍ଷିକୀ ଅବସରରେ ଆମେ ୭୫ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକମାନଙ୍କୁ ଆଶ୍ୱସ୍ତି ଦେବାକୁ ଚାହୁଁଛୁ । ସେମାନଙ୍କୁ ଆଉ ଆଇଟି ରିଟର୍ଣ୍ଣ ଫାଇଲ୍ କରିବାକୁ ପଡିବ ନାହିଁ ।

– ୮୫ ହଜାର କୋଟି ଟଙ୍କାର ଟ୍ୟାକ୍ସ ବିବାଦ ଶେଷ ହୋଇଛି । ବିବାଦର ସମାଧାନ ଗଠନ କରାଯିବ କମିଟି । ୫୦ ଲକ୍ଷ ପର୍ୟ୍ୟନ୍ତ ଆୟ ଓ ୧୦ ଲକ୍ଷ ପର୍ଯ୍ୟନ୍ତ ବିବାଦୀୟ ଆୟ ଥିବା ବ୍ୟକ୍ତିମାନେ ଏହି କମିଟିକୁ ଯାଇପାରିବେ । ନ୍ୟାସନାଲ୍ ଫେସଲେସ୍ ଆପିଲେଟ୍ ଟ୍ରିବ୍ୟୁନାଲ୍ ଗଠନ ନେଇ ଘୋଷଣା ହୋଇଛି ।

– ବଢ଼ିଲା ଟ୍ୟାକ୍ସ ଅଡିଟ୍ ଲିମିଟ୍ । ବର୍ତ୍ତମାନ ଯଦି କାରବାର ୧ କୋଟିରୁ ଅଧିକ ତେବେ ଟ୍ୟାକ୍ସ ଅଡିଟ୍ କରିବାକୁ ପଡିବ । ୯୫% ଡିଜିଟାଲ୍ କାରବାର ପାଇଁ ଏହି ଛାଡକୁ ୫ କୋଟି କାରବାରକୁ ବୃଦ୍ଧି କରାଯାଇଥିଲା । ଏହାକୁ ବର୍ତ୍ତମାନ ୧୦ କୋଟିକୁ ବୃଦ୍ଧି କରାଯାଇଛି ।

ସରଳୀକରଣ ହେବ ଜିଏସଟି । ଗଲା ୪ ବର୍ଷ ହେଲା ଜିଏସ୍‌ଟି ଲାଗୁ ହୋଇଛି । ଏହାକୁ ସରଳ କରିବା ଲାଗିଉଦ୍ୟମ ଜାରି ରହିଥିବା ଅର୍ଥମନ୍ତ୍ରୀ କହିଛନ୍ତି । ଏହାର କ୍ଷମତା ଓ ଦକ୍ଷତା ବୃଦ୍ଧି କରାଯାଉଛି । ଗଲା କିଛି ମାସରେ ରେକର୍ଡ ମାତ୍ରାରେ ଜିଏସ୍‌ଟି ସଂଗ୍ରହ କରାଯାଇଥିବା ନିର୍ମଳା ସୀତାରମଣ କହିଛନ୍ତି । 

Leave A Reply

Your email address will not be published.