Latest Odisha News

ବଜେଟ ୨୦୨୪: କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ୍ ତିଆରି ହେବ: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରୁଛନ୍ତି।ଏହି ଅବସରରେ  କର୍ମଜୀବୀ ମହିଳାଙ୍କ ପାଇଁ ଅଧିକ ହଷ୍ଟେଲ୍ କରାଯିବ ବୋଲି ସେ ଘୋଷଣା କରିଛନ୍ତି।

ଦେଶରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ବୃଦ୍ଧି କରିବା ସକାଶେ ଆମେ ହଷ୍ଟେଲ ନିର୍ମାଣ କରିବୁ। ଏହାବ୍ୟତୀତ କାର୍ଯ୍ୟରତ ମହିଳାମାନଙ୍କ ପାଇଁ କ୍ରଚ୍ (ଛୋଟ ଛୁଆଙ୍କ ଦେଖାଶୁଣା କରିବା) ସ୍ଥାପନ କରି ଚାକିରିରେ ମହିଳାଙ୍କ ଅଧିକ ଅଂଶଗ୍ରହଣକୁ ସହଜ କରିବୁ। ଏହା ବ୍ୟତୀତ ମହିଳାମାନଙ୍କ ପାଇଁ ନିର୍ଦ୍ଦିଷ୍ଟ କୌଶଳ  କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ।

ତେବେ ମହିଳାଙ୍କ ବିକାଶ ପାଇଁ ୩ ଲକ୍ଷ କୋଟି ଟଙ୍କା ଘୋଷଣା କରିଛନ୍ତି ସୀତାରମଣ। ସେହିପରି ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରି ଏମ୍ଏସ୍ଏମ୍ଇ ସହିତ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି।

ଅପରପକ୍ଷେ, ଯୁବକଙ୍କ ପାଇଁ ଇଣ୍ଟର୍ନସିପ ଯୋଜନା ଆଣୁଛ ନ୍ତି ସରକାର। ୧ କୋଟି ଯୁବକଙ୍କୁ ଇଣ୍ଟର୍ନସିପ ପ୍ରଦାନ କରାଯିବ। ଗୋଟିଏ ବର୍ଷ ଇଣ୍ଟର୍ନସିପ ସମୟରେ ପ୍ରତି ମାସରେ ୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ।

ଉଲ୍ଲେଖଯୋଗ୍ୟ, ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ଭାବରେ ସପ୍ତମ ବଜେଟ୍ ଉପସ୍ଥାପନ କରୁଛନ୍ତି। ଯାହାକୁ ଏକ ରେକର୍ଡ ବୋଲି କୁହାଯାଇପାରେ।

Comments are closed.