ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପିତ କରିଛନ୍ତି । ଏହି ଅବସରରେ ସୁଭଦ୍ରା ଯୋଜନାକୁ ନେଇ ବଜେଟ୍ ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥର ବଜେଟ୍ ରେ ୧୦ ହଜାର ୧୪୫ କୋଟି ବ୍ୟୟ ବରାଦ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବର୍ତ୍ତମାନ ପର୍ଯ୍ୟନ୍ତ ୪ ହଜାର ୯୦୦ କୋଟି ପାଇଲେଣି ହିତାଧିକାରୀ । ଆଗକୁ କିଶୋରୀ ସୁଭଦ୍ରା, ସୁଭଦ୍ରା ସଞ୍ଚୟ କାର୍ଯ୍ୟକାରୀ ହେବ । ସେହିପରି ସୁଭଦ୍ରା ସଖୀ, ସୁଭଦ୍ରା ଯାତ୍ରୀ, ସୁଭଦ୍ରା ସଂଘ କାର୍ଯ୍ୟକାରୀ, କୁହା ସୁଭଦ୍ରା କଲ ସେଣ୍ଟର, ସୁଭଦ୍ରା ସହଯୋଗୀ, ସୁଭଦ୍ରା ପଣ୍ଡିତ, ସୁଯୋଗ୍ୟ ସୁଭଦ୍ରା ଭଳି କାର୍ଯ୍ୟକ୍ରମ ଆରମ୍ଭହେବ ।
ବଜେଟ୍ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସରକାର ମହିଳା ସଶକ୍ତିକରଣ ପାଇଁ ଐତିହାସିକ ଓ ପଥପ୍ରଦର୍ଶକ ସୁଭଦ୍ରା ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି । ଏହା ଓଡିଶା ଇତିହାସର ସବୁଠାରୁ ବଡ ଯୋଜନା ଏବଂ ଓଡିଶା ବିକାଶ କାହାଣୀକୁ ପୁନଃଲିଖିତ କରିବା ପାଇଁ ଆମର ପ୍ରତିବଦ୍ଧତା ପ୍ରମାଣ, ଯେଉଁଥିରେ ମହିଳାମାନେ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।
ସମସ୍ତ ଯୋଗ୍ୟ ମହିଳାଙ୍କୁ ୫ ବର୍ଷ ମଧ୍ୟରେ ୫୦ ହଜାର ଟଙ୍କା ଦେବୁ । ପ୍ରଥମଥର ପାଇଁ ୧ କୋଟି ୭ଲକ୍ଷରୁ ଅଧିକ ମହିଳା ନିଜ ନାମରେ ଏକ ଯୋଜନା ପାଇଁ ଆବେଦନ କରିବାକୁ ଘରୁ ବାହାରିଛନ୍ତି । ବର୍ତ୍ତମାନ ସୁଦ୍ଧା ସୁଭଦ୍ରାର ପ୍ରଥମ କିସ୍ତି ୯୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୪ ହଜାର ୯ଶହ କୋଟିରୁ ୪ ହଜାର ୯ଶହ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯାଇଛି । ଏହା ଡିଜିଟିଲା ଏବଂ ଆର୍ଥିକ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆଣିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Comments are closed.