ଭୁବନେଶ୍ୱର: ଆଜିଠୁ ବଜେଟ ଅଧିବେଶନ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା। ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ। ୭ଟି କ୍ୱିକ୍ ରିଆକ୍ସନ୍ ଟିମ୍ ମୁତୟନ ହେବ। ଏହା ସହିତ ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ୱା୍ଡ ଓ ରୁଫ୍ ଟପ୍ ସିକୁରିଟି ମୁତୟନ ରହିବେ। ଲୋୟର ପିମଜିରେ ୧୪୪ ଧାରା ଜାରି କରାଯିବ। ସିସିଟିଭି ଜରିଆରେ ନଜର ରଖାଯିବ।
୩୦ ପ୍ଲାଟୁନ ଫୋର୍ସରେ ଅଛନ୍ତି ୮ ଜଣ ଆଡିସିନାଲ ଡିସିପି, ୨୫ ଜଣ ଏସିପି, ୨୦ଜଣ ଇନ୍ସପେକ୍ଟର, ୯୦ ଜଣ ସବ୍ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ୨ ପ୍ଲାଟୁନ ଆର୍ମଡ ପୋଲିସ ଫୋର୍ସ, ୨ ପ୍ଲାଟୁନ ମହିଳା କନଷ୍ଟେବଳ, ୨ ପ୍ଲାଟୁନ ସ୍ପେସାଲ ଟାକ୍ଟିକାଲ୍ ୟୁନିଟ ଫୋର୍ସକୁ ମୁତୟନ କରାଯାଇଛି।
ସେପଟେ ବିଧାନସଭା ଚାଲୁଥିବା ସମୟରେ ଯାନବାହାନ ଚଳାଚଳ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି, ବିଧାନସଭା ସଲଗ୍ନ ରାସ୍ତାମାନଙ୍କରେ ଓଡ଼ିଶା ସହରାଞ୍ଚଳ ଆଇନ ୨୦୦ର ଧାରା ୨୮ ଏବଂ ପୋଲିସ କମିଶନରେଟ ଭୁବନେଶ୍ୱର କଟକ ଟ୍ରାଫିକ ଓ ପବ୍ଲିକ ଅର୍ଡର ଓ ରେଗୁଲେସନ ୨୦୦୮ ଧାରା ୩୬ ଅନୁସାରେ ବିଭିନ୍ନ କଟକଣାମାନ ଲାଗୁ କରାଯାଇଛି । ଏହାସହ ୧୬୩ ବିଏନଏସଏସ (BNSS) ଅନୁଯାୟୀ ନିର୍ଦ୍ଦିଷ୍ଟ ଅଞ୍ଚଳଗୁଡିକରେ ନିଷେଧାଞ୍ଚଳ ଲାଗୁ କରାଯାଇଛି ।
- ହାଉସିଂ ବୋର୍ଡ ଛକ ପଛପଟୁ ରବୀନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ସମସ୍ତ ଯାନବାହାନଗୁଡିକ କେଶରୀ ଟକିଜଠାରୁ ବାମପାର୍ଶ୍ୱ ରାସ୍ତା ଦେଇ ଯିବ।
- ଏଜି ଛକ ଠାରୁ ପିଏମଜି ଛକ ଆଡରୁ ଆସୁଥିବା ସମସ୍ତ ଯାନବାହାନ ଗୁଡିକ ଜୟଦେବ ଭବନ ପାଖରେ ଡାହାଣପାର୍ଶ୍ୱରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ଯାଇପାରିବ।
- ମାଷ୍ଟର କ୍ୟାଣ୍ଟିନ ଛକ ପଟୁ ଆସୁଥିବା ସମସ୍ତ ଯାନବାହାନଗୁଡିକ ଲୋୟର ପିଏମଜି ଛକଠାରୁ ବାମ କିମ୍ବା ଡାହାଣପାର୍ଶ୍ୱ ଦେଇ ଯାଇପାରିବେ।
- ସେହିପରି ୧୨୦ ବାଟାଲିୟନ ଛକଠାରୁ ରବୀନ୍ଦ୍ର ମଣ୍ଡପ ଆଡକୁ ଯିବାକୁ ଚାହୁଁଥିବା ଯାନବାହାନଗୁଡିକ ପାଓ୍ବାର ହାଉସ ଛକ ଦେଇ ଯିବେ।
- ରାଜଭବନ ଛକ ପଟୁ MLA କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡକୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହାନଗୁଡିକ ଶାସ୍ତ୍ରୀ ନଗର ଛକ ଆଡକୁ ଯିବେ। ତେବେ ଏହିସବୁ କଟକଣା ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ ବଳବତ୍ତର ରହିବ।
Comments are closed.