Latest Odisha News

BREAKING NEWS

ତେଜସ୍ୱୀ ପ୍ରକାଶ ବିଗ୍ ବସ୍ ସିଜିନ୍-୧୫ ବିଜେତା

ମୁମ୍ବାଇ: ବିସ୍ ବସ୍ ସିଜିନ୍-୧୫ରେ ବାଜି ମାରିଲେ ତେଜସ୍ୱୀ ପ୍ରକାଶ । ଚଳିତ ସିଜିନର ଟ୍ରଫି ନିଜ ନାଁରେ କରିଛନ୍ତି ତେଜସ୍ୱୀ ପ୍ରକାଶ । ତାଙକ୍ ସହ ଟପ୍ ଥ୍ରୀରେ ପହଞ୍ଚିଥିଲେ କରନ କୁନ୍ଦ୍ରା ଓ ପ୍ରତୀକ ସହଜପାଲ । ଏମାନଙ୍କୁ ପଛରେ ପକାଇ ବାଜି ମାରିଲେ ତେଜସ୍ୱୀ । ଟ୍ରଫି ସହ ୪୦ ଲକ୍ଷ ଟଙ୍କାର ପୁରସ୍କାର ଜିତିଛନ୍ତି । ଏଥିସହ ତେଜସ୍ୱୀ ନାଗିନ୍-୬ରେ ଲିଡ୍ ରୋଲରେ ନଜର ଆସିବେ ।

ବିଗ୍ ବସ୍ ସିଜିନ୍-୧୫ର ପ୍ରଥମ ରନର ଅପ୍ ହୋଇଛନ୍ତି ପ୍ରତୀକ ସହଜପାଲ । ଦ୍ୱିତୀୟ ରନର ଅପ୍ କରନ କୁନ୍ଦା ହୋଇଛନ୍ତି । ଟପ୍ ଫୋରକୁ ଆସି ଆଉଟ୍ ହୋଇଥିଲେ ସମିତା ସେଟ୍ଟୀ । ନିଶାନ୍ତ ଭଟ୍ଟ ଟପ୍ ଫାଇଭରେ ପହଞ୍ଚିଥିଲେ । କିନ୍ତୁ ୧୦ଲକ୍ଷ ଟଙ୍କାର ବ୍ରିଫକେସ୍ ନେଇ ପ୍ରତିଯୋଗିତାକୁ ବାହାରିଯିବାକୁ ନିଷ୍ପତ୍ତି ନେଇଥିଲେ ।

Comments are closed, but trackbacks and pingbacks are open.