Latest Odisha News

BREAKING NEWS

ଦୁଇ ମହଲା କୋଠା ଭୁଶୁଡ଼ି ଦୁଇ ମୃତ; ଜଣେ ଗୁରୁତର

ନୂଆଦିଲ୍ଲୀ: ଦିଲ୍ଲୀର ୱେଲକମ୍ ଅଞ୍ଚଳରେ ଏକ ନିର୍ମାଣାଧୀନ ପୁରୁଣା କୋଠା ଭୁଶୁଡି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକଦ୍ୱୟ ହେଲେ ଅରଶଦ(୩୦), ତୋହିଦ୍ (୨୦) ।

ପୁଲିସର ସୂଚନାଅନୁସାରେ, ଦୁଇ ମହଲା  କୋଠାର ତଳ ମହଲାରେ ଜିନ୍ସ କଟିଂ କାମ ଚାଲୁଥିବା ବେଳେ ପ୍ରଥମ ମହଲା ଖାଲି ଥିଲା । କୋଠା ଭୁଶୁଡିବା ନେଇ ରାତି ପ୍ରାୟ ୨ଟା ୧୬ ମିନିଟରେ ଦମକଳ ବାହିନୀକୁ ସୂଚନା ମିଳିଥିଲା । ଖବର ପାଇ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କୋଠା ତଳେ ଚାପି ହୋଇ ରହିଥିବା  ତିନି ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ  ଅରଶଦ ଓ ତୋହିଦଙ୍କ ମୃତ୍ୟୁ  ଘଟିଥିବା ନେଇ ଡାକ୍ତର ଘୋଷଣା କରିଥିଲେ । ରେହାନଙ୍କ ଅବସ୍ଥା ଗୁରୁତର ରହିଛି ।

 

Leave A Reply

Your email address will not be published.