Latest Odisha News

ମହିଳାଙ୍କ ସୁନା ଅଳଙ୍କାର ଖାଇଦେଲା ଷଣ୍ଢ !

ଚଣ୍ଡିଗଡ଼: ମହିଳାଙ୍କ ଲାଗି ସୁନା ଏବେ ସବୁଠୁ ମୂଲ୍ୟବାନ ବସ୍ତୁ ହୋଇଯାଇଛି । ସୁନା ଅଳଙ୍କାର ପିନ୍ଧିବାକୁ କେଉଁ ମହିଳା ନ’ ଚାହାନ୍ତି! ମାତ୍ର ଏହି ସୁନା ଅଳଙ୍କାରକୁ ଯଦି ଷଣ୍ଢ ଚୋବାଇ ଖାଇଦିଏ ତେବେ ପରିସ୍ଥିତି କ’ଣ ହେବ ତାହା ଆପଣ ବୁଝିପାରୁଥିବେ । ଏହିପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ହରିୟାଣାର ଚଣ୍ଡିଗଡ଼ ନିକଟବର୍ତ୍ତୀ ସିରସାଠାରେ ଘଟିଛି ।

ଜଣେ ମହିଳା ପରିବା କାଟୁଥିବା ବେଳେ ଏକ କଂସାରେ ତାଙ୍କର ୪୦ ଗ୍ରାମ ଓଜନର ଏକ ସ୍ୱର୍ଣ୍ଣ ଅଳଙ୍କାର ରଖି ଦେଇଥିଲେ । ପରିବା କାଟି ସାରିବା ପରେ ସେ ତାକୁ ପୁନର୍ବାର ପିନ୍ଧିବାକୁ ମନସ୍ଥ କରି ପରିବା କାଟି ଚାଲିଥିଲେ । ସୁନା ରଖିଥିବା ସେହି କଂସାରେ ସେ ପରିବା ଚୋପାଗୁଡ଼ିକୁ ରଖିଥିଲେ ।

ପରିବା କଟା ସରିଲା । ଏପରିକି ମହିଳା ଜଣକ ପରିବାକୁ ନେଇ ରନ୍ଧାରନ୍ଧି କରିଥିଲେ । ମହିଳା ଜଣକ ରୋଷେଇ ସାରିବା ପରେ ଗାଈ ଗୋରୁଙ୍କୁ ସେହି ପରିବା ଚୋପାତକ ଦେବାକୁ ରଖିଦେଇ ଚାଲିଯାଇଥିଲେ ।

ଋାନ୍ଧି ସାରିବା ପରେ ମହିଳା ଜଣକ ଆସି ଦେଖନ୍ତି ତ ପରିବା କଂସାରେ ନା ପରିବା ଚୋପା ନା ତାଙ୍କର ମୂଲ୍ୟବାନ ସୁନାର ଅଳଙ୍କାର ଅଛି । ୪୦ ଗ୍ରାମ ସୁନା ହଜିଯିବା ଯୋଗୁଁ ମହିଳା ଜଣକ ଅତ୍ୟନ୍ତ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଏବିଷୟରେ କହିଥିଲେ ।

ପରିବାର ଭିତରେ ଏବେ ହୁରି ପଡ଼ିଗଲା ସତରେ ଆଶ୍ଚର୍ଯ୍ୟର କଥା ୪୦ ଗ୍ରାମ ସୁନା ନେଲା କିଏ? । ଘର ବାହାରେ ଲାଗିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଲା ଯେ, ଏକ କଳା ଷଣ୍ଢ ଆସି ସେହି କଂସାରୁ ସମସ୍ତ ପରିବା ଚୋପାତକ ଖାଇଦେଇଛି ଏବଂ ତାହା ସହିତ ୪୦ ଗ୍ରାମ ସୁନାକୁ ମଧ୍ୟ ଚୋବାଇ ଗିଳି ପକାଇଛି ।

ଓସହରର ଗଳି କନ୍ଦିରେ ବହୁ ଖୋଜାଖୋଜି ପରେ ସେହି କଳାଷଣ୍ଢର ସନ୍ଧାନ ମିଳିଲା । ପଶୁ ଡ଼ାକ୍ତରଙ୍କୁ ଡ଼କାଗଲା । କିପରି ଷଣ୍ଢ ପେଟରୁ ସେହି ୪ ଭରି ସୁନା ବାହାରିବ । ଭାଳେଣୀ ପଡ଼ିଗଲା । ଷଣ୍ଢକୁ ସେମାନେ ବାନ୍ଧି ରଖିବା ସହିତ ଏବେ ପ୍ରଚୁର ଖାଇବାକୁ ଦିଆଯାଉଛି । ଷଣ୍ଢ ମଧ୍ୟ ମହା ଆନନ୍ଦରେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇ ଚାଲିଛି ।

କଥାହେଲା, ଷଣ୍ଢକୁ ପ୍ରଚୁର ଖାଦ୍ୟ ଖାଇବାକୁ ଦେଲେ ତାହାର ଝାଡ଼ାରେ ଏହି ସୁନା ଅଳଙ୍କାରଟି ବାହାରିବ । ତାହାକୁ ଏବେ ସେହି ମହିଳାଙ୍କ ସମେତ ସମସ୍ତ ପରିବାରବର୍ଗ ଚାତକ ପରି ଅପେକ୍ଷା କରିଛନ୍ତି । ଏହି କୌତୁହଳପୂର୍ଣ୍ଣ ଘଟଣାଟି ଏବେ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚାର ବେଶ୍ ଖୋରାକ ଯୋଗା
ଇଛି ।

Comments are closed.