ନୂଆଦିଲ୍ଲୀ: ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ୨୦୨୪ ଆଇସିସି ବାର୍ଷିକ ପୁରସ୍କାର ହାତେଇବାରେ ସଫଳ ହୋଇଛି । ସେ ଶ୍ରେଷ୍ଠ ପୁରୁଷ ଖେଳାଳି ଭାବେ ବିବେଚିତ ହୋଇଛନ୍ତି । ବୁମରାହ ଟି୨୦ ବିଶ୍ୱକପ ଏବଂ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସୋମବାର ବୁମରାହ ଶ୍ରେଷ୍ଠ ଟେଷ୍ଟ ଖେଳାଳି ହୋଇଥିଲେ । ନିକଟରେ ଟେଷ୍ଟ କ୍ରିକେଟରେ ୨୦୦ ୱିକେଟ ପୂରଣ କରିଥିବା ବୁମରାହ ୨୦୨୪ରେ ୧୩ ମ୍ୟାଚରେ ୭୧ ୱିକେଟ ନେଇଥିଲେ । ସେ ପଂଚମ ଭାରତୀୟ ଭାବେ ଆଇସିସି ବାର୍ଷିକ ଶ୍ରେଷ୍ଠ ଖେଳାଳି ହାତେଇଛନ୍ତି ।
ତାଙ୍କ ପୂର୍ବରୁ ରାହୁଲ ଡ୍ରାଭିଡ (୨୦୦୪), ସଚିନ ତେନ୍ଦୁଲକର(୨୦୧୦), ରବିଚନ୍ଦ୍ରନ ଅଶ୍ୱୀନ (୨c୦୧୬) ଓ ବିରାଟ କୋହଲି (୨୦୧୭, ୨୦୧୮) ଏହି ପୁରସ୍କାର ହାସଲ କରିଛନ୍ତି । ଗତ ବର୍ଷ ଭାରତ ଟି୨୦ ବିଶ୍ୱକପ ଦ୍ୱିତୀୟ ଥର ପାଇଁ ଜିତିଥିଲା । ଏଥିରେ ବୁମରାହଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ଥିଲା । ଟୁର୍ଣ୍ଣାମେଂଟରେ ସେ ୮.୨୬ ଆଭରେଜରେ ୧୫ ୱିକେଟ ନେଇଥିଲେ । ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟାଇଟଲ ହାସଲ କରିଥିଲେ ।
Comments are closed.