ରାୟପୁର: ଛତିଶଗଡର ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାର ବୁର୍କାପାଲରେ ୨୫ ଜଣ ସିଆରପିଏଫ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ୧୨୧ ସ୍ଥାନୀୟ ଆଦିବାସୀଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି। ପାଖାପାଖି ୫ ବର୍ଷ ଜେଲରେ ରହିବା ପରେ ଏହି ଆଦିବାସୀମାନେ ମୁକୁଳିଛନ୍ତି । ଏବେ ସେମାନେ ଜେଲରୁ ବାହାରକୁ ଆସିବା ପରେ ତାଙ୍କ ସମ୍ପର୍କୀୟ ମାନେ ଭାବ ବିହ୍ଵଳ ହୋଇଯାଇଛନ୍ତି।
ଦନ୍ତେୱାଡା ଜିଲ୍ଲାର ଏନଆଇଏ କୋର୍ଟ ଏବେ ଏହି ମାମଲାରେ ୧୨୧ ଆଦିବାସୀଙ୍କୁ ଜେଲରୁ ମୁକ୍ତ କରିଛନ୍ତି। ଯେତେବେଳେ ଜଗଦଲପୁର ସେଣ୍ଟ୍ରାଲ ଜେଲରେ ରହୁଥିବା ଏହି ଆଦିବାସୀମାନଙ୍କ ମଧ୍ୟରୁ ୧୧୦ ଜଣ ଏକାଠି ଜେଲରୁ ବାହାରକୁ ଆସିଥିଲେ,ସେତେବେଳେ ଜେଲେ ବାହାର ଦୁନିଆ ୫ ବର୍ଷ ଆଗକୁ ବଢିଯାଇଥିଲା। ଜେଲର ଚାରି କାନ୍ଥ ଭିତରେ ଥିବାବେଳେ ଅନେକ ଆଦିବାସୀ ହିନ୍ଦୀ ଶିଖିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ବର୍ତ୍ତମାନ ୨୫ ରୁ ୩୫ ବର୍ଷ ବୟସ ମଧ୍ୟରେ। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ନବ ବିବାହିତ ଥିବାବେଳେ ଗିରଫ କରାଯାଇଥିଲା।
ସେମାନେ କହିଛନ୍ତି ଯେ ସେମାନେ କେବେ ବି ଆମ୍ବୁସ ସାଇଟକୁ ଯାଇ ନଥିଲେ କିନ୍ତୁ ପୋଲିସ ସେମାନଙ୍କୁ ଉଠାଇ ନେଇଥିଲା। ଏହି ଆଦିବାସୀଙ୍କ ପାଇଁ ନିୟୋଜିତ ଆଡଭୋକେଟ୍ ବେଲା ଭାଟିଆ ପୋଲିସ ବିରୋଧରେ ଅପରାଧିକ ଷଡଯନ୍ତ୍ର ଆଣିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଜୀବନର ୫ ବର୍ଷ ଜେଲେ ଭିତରେ ଯେଉଁ କାରଣ ପାଇଁ କଟିଛି ତାହା ସେହି ଲୋକମାନେ କେବେ କରିନଥିଲେ। ଏବେ ସଂପୃକ୍ତ ଓକିଲ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ବିନା ପ୍ରମାଣରେ ପୋଲିସ କିପରି ଏହି ଲୋକଙ୍କୁ କିରପରି ଉଠାଇଲା? ବର୍ତ୍ତମାନ ଏହାର ତଦନ୍ତ କରାଯିବା ଉଚିତ୍।
ଛତିଶଗଡର ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲା, ଯେଉଁଠାରେ ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥାଏ। ୨୪ ଏପ୍ରିଲ ୨୦୧୭ ରେ, ସୁକମା ଜିଲ୍ଲାର ବୁର୍କାପାଲରେ ନକ୍ସଲମାନେ ୨୫ ସିଆରପିଏଫ କର୍ମଚାରୀଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ। ପରବର୍ତ୍ତୀ କିଛି ଦିନ ମଧ୍ୟରେ ଏହି ଘଟଣାରେ ଦେଶବ୍ୟାପୀ ଉତ୍ତେଜନା ପ୍ରକାଶ ପାଇବା ପରେ ଛତିଶଗଡ ପୋଲିସ ୬ଟି ଗାଁରୁ ମୋଟ ୧୨୦ ଆଦିବାସୀଙ୍କ ବିରୋଧରେ ଚିଣ୍ଟାଗୁଫା ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲା। ପରେ, ଗିରଫ ହୋଇଥିବା ଜଣେ ମହିଳାଙ୍କୁ ମିଶାଇ ୧୨୧କୁ ବୃଦ୍ଧି ପାଇଥିଲା । ସମସ୍ତେ ସ୍ଥାନୀୟ ଆଦିବାସୀ ଥିଲେ ଯେଉଁମାନେ ବର୍ତ୍ତମାନ ଦୋଷମୁକ୍ତ ହୋଇଛନ୍ତି।
Comments are closed.