Latest Odisha News

BREAKING NEWS

ନିର୍ବାଚନ ଡ୍ୟୁଟିରେ ସିଆରଏଫ ଯବାନଙ୍କୁ ନେଇ ଯାଉଥିବା ବସ୍ ଓଲଟି ପଡ଼ିଲା

ରାୟପୁର: ଛତିଶଗଡ଼ର ବସ୍ତର ଜିଲ୍ଲାରେ ଏକ ବସ୍ ଓଲଟି ପଡ଼ିବାରୁ ୧୦ ଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ପୁଲିସ କହିଛି ଯେ ରବିବାର ବସଟି ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ନେଇ ଯାଉଥିବା ବେଳେ ଏହି ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଗିଦାମ ଥାନା ଅନ୍ତର୍ଗତ ଗିଦାମ-ଜଗଦଲପୁର ରାସ୍ତାର ରାଇକୋଟ ଗ୍ରାମ ନିକଟରେ ହଠାତ୍ ରାସ୍ତା ଉପରକୁ ଗୋରୁଟି ଚାଲି ଆସିଥିଲା। ଗାଈକୁ ସୁରକ୍ଷିତ ରଖିବାକୁ ଯାଇ ଡ୍ରାଇଭର ଷ୍ଟିଅରିଂ ମୋଡି ଦେବାରୁ ବସଟି ନିୟନ୍ତ୍ରଣ ହରାଇଥିଲା। ସୂଚନାଯୋଗ୍ୟ, ସୁରକ୍ଷାକର୍ମୀମାନେ ନିର୍ବାଚନ ଡ୍ୟୁଟି ପାଇଁ ଯାଉଥିଲେ। ଏପ୍ରିଲ ୨୬ତାରିଖରେ ହେବାକୁ ଥିବା ମହାସମୁନ୍ଦ ସଂସଦୀୟ ନିର୍ବାଚନ ମଣ୍ଡଳୀର ଫରାସପାଲ (ଦାନ୍ତେଓ୍ଵାଡା)ରୁ ଗରିବନ୍ଦ ଅଭିମୁଖେ ଯାଉଥିଲେ।

ଏହି ଦୁର୍ଘଟଣାରେ ୧୦ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି।

ଏହାପୂର୍ବରୁ ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ ଏକ ବସ୍ ଓଲଟି ପଡ଼ିବାରୁ ଯବାନମାନେ ଏକ ମର୍ମନ୍ତୁଦ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ପୁଲିସ କହିଛି ଯେ ଶନିବାର ଭୋର ସମୟରେ ଯବାନମାନେ ବସରେ ଯାତ୍ରା କରୁଥିଲେ। ନିର୍ବାଚନ ଡ୍ୟୁଟି ସାରି ନିଜ ଜିଲ୍ଲା ରାଜଗଡ଼ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଭୋପାଳ-ବେତୁଲ ରାଜପଥର ବରେଥା ଘାଟ ନିକଟରେ ଭୋର ପ୍ରାୟ ୪ଟା ବେଳେ ଏକ ଟ୍ରକ ସହ ସମ୍ଭାବ୍ୟ ଦୁର୍ଘଟଣା ଏଡ଼ାଇବା ପାଇଁ ବସଟି ହଠାତ୍ ଦିଗ ବଦଳାଇ ଥିଲା। ତେବେ ଏହା ଏକ ମର୍ମନ୍ତୁଦ ଦୁର୍ଘଟଣାର କାରଣ ପାଲଟିଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.