Latest Odisha News

ବଢିଲା ୟୁଟ୍ୟୁବର ମୋନାଲିସା ଭଦ୍ରାଙ୍କ ଅଡୁଆ, ବନ୍ୟଜନ୍ତୁଙ୍କ ଭିଡିଓ ମାମଲାକୁ ଘାଣ୍ଟିବ ଇଡି

ଯାଜପୁର: ବଢିଲା ୟୁଟ୍ୟୁବର ମୋନାଲିସା ଭଦ୍ରାଙ୍କ ଅଡୁଆ । ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ଭିଡିଓ ଛାଡିବା ମାମଲାର ଖୋଳତାଡ କରିବ ଇଡି । ପୁର୍ବରୁ ବନ୍ୟଜନ୍ତୁଙ୍କ ସହ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଓ ଘରେ ବନ୍ୟଜନ୍ତୁଙ୍କୁ ପୋଷିବା ଘଟଣାରେ ଉଭୟ ମୋନାଲିସା ଓ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ଭଦ୍ରାଙ୍କୁ ବନ ବିଭାଗ ଗିରଫ କରିଥିବାବେଳେ ଏବେ ଏହି ମାମଲାର ତଦନ୍ତ କରିବା ଇଡି । ଏ ନେଇ ଇଡି ନିର୍ଦେଶକଙ୍କୁ ଚିଠି ଲେଖିଲେ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ।

ସୂଚନା ଅନୁସାରେ, ମୋନାଲିସା ଜହଳ ଗାଁ ସ୍ଥିତ ତା’ଙ୍କ ଘରେ ମାଙ୍କଡ଼ ଓ ଘୋଡ଼ା ରଖିଥିଲେ । ସେମାନଙ୍କ ସହିତ ଫଟୋ ଉଠାଇ ପ୍ରତିଦିନ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରୁଥିଲେ । ଦୀର୍ଘ ଦିନ ଧରି ସେ ଏପରି କାର୍ଯ୍ୟ କରି ଆସୁଥିବା ବେଳେ ପିସିସିଏଫ୍‌ ଓ କଟକ ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ କିଛି ଦିନ ତଳେ ଯାଜପୁର ରୋଡ୍‌ ବନଖଣ୍ଡ ରେଞ୍ଜ ଅଫିସ୍‌ଙ୍କ ନେତୃତ୍ୱରେ ୨ଟି ଟିମ୍‌ ତାଙ୍କ ଘରେ ଚଢ଼ଉ କରିଥିଲେ। ହେଲେ ଚଢ଼ଉ ସମ୍ପର୍କରେ ଖବର ପାଇ ମୋନାଲିଶା ଓ ତାଙ୍କ ସ୍ୱାମୀ ଫେରାର ହୋଇଯାଇଥିଲେ ।

ଏହାପରେ ବନ ବିଭାଗ ମୋନାଲିସାଙ୍କ ଘରୁ ଗୋଟିଏ ମାଙ୍କଡ଼ ଉଦ୍ଧାର କରିଥିଲା। ତେବେ ଗତ ମାର୍ଚ୍ଚ ୨୮ ତାରିଖରେ ବନବିଭାଗ ପାଖରେ ଆତ୍ମସମର୍ପଣ କରିଥିଲେ ଉକ୍ତ ଦମ୍ପତି । ମୋନାଲିସା ସବୁବେଳେ ବନ୍ୟଜନ୍ତୁ ସହ ବିଭିନ୍ନ ପ୍ରକାରର ଭିଡିଓ ଓ ଫଟୋକୁ ନିଜ ୟୁଟ୍ୟୁବ ଏବଂ ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଥିଲେ। ଏଥିପାଇଁ ସେମାନେ ୟୁଟୁବରୁ ଭଲ ଟଙ୍କା ରୋଜଗାର କରୁଥିଲେ।

Leave A Reply

Your email address will not be published.