Latest Odisha News

BREAKING NEWS

Bus fares hiked:ପୁଣି ବସ୍‌ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର;ଜାଣନ୍ତୁ କେତେ ବୃଦ୍ଧି ପାଇଲା..

ଭୁବନେଶ୍ବର:ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଦାବିକୁ ମାନିଲେ ସରକାର । ବସ୍ ଭଡ଼ା ବଢ଼ାଇଲେ । ଅର୍ଡିନାରୀ ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିମି ପିଛା ୨ ପଇସା ବଢ଼ିଲା । ଅର୍ଡିନାରୀ ବସ୍‌ ଭଡ଼ା କିମି ପିଛା ୯୦ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଥିବାବେଳେ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିମି ପିଛା ୯୪ ପଇସାରୁ ୯୬ ପଇସାକୁ ବୃଦ୍ଧି ପାଇଛି ।

ସେହିପରି ଡିଲକ୍ସ ଭଡ଼ା ୧୩୧ ପଇସାରୁ ୧୩୫ ପଇସାକୁ ଓ ଏସି ଡିଲକ୍ସ ଭଡ଼ା ୧୫୯ ପଇସାରୁ ୧୬୩ ପଇସାକୁ ବଢ଼ିଲା । ଏଥିସହ ସୁପର ଡିଲକ୍ସ ଭଡ଼ା ୨୪୭ ପଇସାରୁ ୨୫୩ ପଇସାକୁ ବୃଦ୍ଧି ପାଇଲା ।

ସୂଚନାଥାଉକି, ମେ’ମାସ ୧୫ ତାରିଖରେ ମଧ୍ୟ ସରକାର ବସ୍ ଭଡ଼ା ବୃଦ୍ଧି କରିଥିଲେ । ତେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଦ୍ବିତୀୟ ଥର ପାଇଁ ରାଜ୍ୟରେ ବସ୍ ଭଡ଼ା ବଢ଼ାଇଛନ୍ତି ସରକାର।

Leave A Reply

Your email address will not be published.