Latest Odisha News

BREAKING NEWS

ବ୍ରହ୍ମପୁରରେ ପୁଣି ବୁଲିଲା ଖଣ୍ଡା, ବସ୍‌ ହକରଙ୍କୁ ନିର୍ମମ ଭାବେ କଲେ ହତ୍ୟା   

ବ୍ରହ୍ମପୁର : ରେଶମ ନଗରୀରେ ପୁଣି ବୁଲିଲା ଖଣ୍ଡା। ଗଡ଼ିଲା ମୁଣ୍ଡ, ବୋହିଲା ରକ୍ତର ନଦୀ। ବଡ଼ବଜାର ଥାନା ଆଚାର୍ଯ୍ୟ ବିହାରରେ ହତ୍ୟାକାଣ୍ଡ । ରାସ୍ତା ଉପରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ।

ମୃତ ଯୁବକ ଜଣକ ହେଉଛନ୍ତି ବଡ଼ବଜାର ଥାନା ଅନ୍ତର୍ଗତ ଆଚାର୍ଯ୍ୟବିହାର ଅଞ୍ଚଳର ସନାତନ ଚୌଧୁରୀ ।  ସନାତନ ନୂଆ ବସଷ୍ଟାଣ୍ଡରେ ଜଣେ ବସ ହକର ଭାବେ କାମ କରୁଥିଲେ। ପ୍ରତିଦିନ ପରି ଗତକାଲି ମଧ୍ୟ କାର୍ଯ୍ୟସାରି ଘରକୁ ଫେରୁଥିବା ବେଳେ ୨ରୁ ୩ ଜଣ ବ୍ୟକ୍ତି ତାଙ୍କୁ ସଂଘବଦ୍ଧ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ସନାତନଙ୍କ ଘରଠୁ ମାତ୍ର କିଛି ଦୂରରେ ହିଁ ତାଙ୍କୁ ଆକ୍ରମଣ କରାଯାଇଥିଲା। ସନାତନଙ୍କ ଚିତ୍କାର ଶୁଣି ପରିବାର ଲୋକଙ୍କ ସମେତ ସ୍ଥାନୀୟ ଲୋକେ ମଧ୍ୟ ଧାଇଁ ଆସିଥିଲେ । ଏମାନଙ୍କୁ ଦେଖି ଦୃର୍ବୁତ୍ତ ମାନେ ସେଠାରୁ ଖସି ପଳାଇଥିଲେ । ସନାତନଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିବା ହେତୁ ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ସନାତନଙ୍କର ମୃତ୍ୟୁ ହୋଇଯାଇଥିଲା ।

ତେବେ ଘଟଣାସ୍ଥଳରେ ଟାଉନ ଏସଡିପିଓ ରାଜୀବ ଲୋଚନ ପଣ୍ଡା, ବଡ ବଜାର ଥାନା ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି । ହତ୍ୟାର ପ୍ରକୃତ କାରଣ ଜଣାପଡି ନଥିଲେ ମଧ୍ୟ ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଏନେଇ ପୋଲିସ ସନାତନଙ୍କ ମୋବାଇଲ ଜବତ କରି ଟ୍ରାକିଂ କରିବା ସହ ହତ୍ୟା ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଚେଷ୍ଟା ଜାରି ରଖିଛି ।

Leave A Reply

Your email address will not be published.