Latest Odisha News

BREAKING NEWS

ଆଜିଠୁ ଟ୍ରାଫିକ୍ ନିୟମ କଡାକଡି; ଉଲଂଘନ କଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ଡିସେମ୍ବର ୧ ତାରିଖ ତଥା ଆଜିଠାରୁ ସାରା ରାଜ୍ୟରେ ପୁଣିଥରେ ଟ୍ରାଫିକ ନିୟମ କଡାକଡି ଭାବେ ଲାଗୁ ହେବାକୁ ଯାଉଛି ।

ରାଜ୍ୟର ବିଭିନ୍ନ ଆରଟିଓ ଅଫିସରେ ଜନ ସାଧାରଣଙ୍କ ପ୍ରବଳ ଭିଡ ଓ ଲୋକଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ନିକଟ ଅତୀତରେ ଗାଡି ସମ୍ବନ୍ଧୀୟ ସମସ୍ତ କାଗଜ ପତ୍ର ଠିକ କରିବାକୁ ଗାଡି ଚାଳକ ମାନଙ୍କୁ ଆଉ ୩ ମାସର ସମୟ ସୀମା ପ୍ରଦାନ କରିଛନ୍ତି ଓଡିଶା ସରକାର ।

ତେବେ ଏହି କୋହଳ ସମୟ ସୀମା ଆଉ ୩ ମାସ ବୃଦ୍ଧି ପାଇଥିଲେ ମଧ୍ୟ ଯଦି ଆପଣ ଏହିସବୁ ଟ୍ରାଫିକ ନିୟମର ଅବମାନନା କରନ୍ତି ତେବେ ଆପଣଙ୍କୁ ଗଣିବାକୁ ପଡିବ ମୋଟା ଅଙ୍କର ଜୋରିମାନା। କେବଳ ଡ୍ରାଇଭିଂ ଲାଇସେନ୍ସ, ଫିଟନେସ୍, ପଲ୍ୟୁସନ୍ ସାର୍ଟିଫିକେଟ୍, ଭଳି ଗାଡି କାଗଜ ପତ୍ରକୁ ବାଦ୍ ଦିଆଯାଇଛି ।

କେଉଁ ଟ୍ରାଫିକ ନିୟମ ଭଙ୍ଗ କଲେ ଦେବାକୁ ପଡିବ କେତେ ଜୋରିମାନା

ମଦ ପିଇ ଗାଡ଼ି ଚଳାଇଲେ (୧୦୦୦) ଟଙ୍କା

ସିଟବେଲ୍ଟ ନ’ଲଗାଇ ଗାଡ଼ି ଚଳାଇଲେ (୧୦୦୦) ଟଙ୍କା

ଗାଡି ଚଳାଇଲା ବେଳେ ହେଲମେଟ୍ ବ୍ୟବହାର ନକଲେ (୧୦୦୦) ଟଙ୍କା

ଦୁଇ ଚକିଆ ଯାନରେ ୩ ଜଣ ବସାଇଲେ (୫୦୦୦) ଟଙ୍କା

ଓଭର ଲୋଡିଂ (୨୦୦୦) ଟଙ୍କା

ଟ୍ରାଫିକ୍ ନିୟମ ନମାନି ରେଡ୍ ଲାଇଟ୍ ସିଗନାଲ ଅତିକ୍ରମ କଲେ ଆଦୟ ହେବ ଜୋରିମାନା (୫୦୦୦) ଟଙ୍କା

ଗାଡି ଚଳାଇବା ବେଳେ ମୋବାଇଲ ଫୋନର ବ୍ୟବହାର (୫୦୦୦) ଟଙ୍କା

ଟ୍ରାଫିକର ବିପରୀତ ଦିଗରେ ଗାଡି ଚଳାଇଲେ (୫୦୦୦) ଟଙ୍କା

ଦ୍ରୁତ ଗତିରେ ଗାଡି ଚାଳନା (୫୦୦୦) ଟଙ୍କା

ତେବେ ଟ୍ରାଫିକ ନିୟମ ୩ ମାସ କୋହଳ ହୋଇଥିଲେ ମଧ୍ୟ ଏହିସବୁ ନିୟମକୁ ପାଳନ ନକଲେ ଚାଳକ ମାନଙ୍କଠାରୁ ପୂର୍ବଭଳି କଡ଼ା ଜୋରିମାନା ଆଦୟ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.