Latest Odisha News

ଓଲଟିଲା ବସ୍: ୨ ମୃତ, ୬ ଆହତ

ସୁନ୍ଦରଗଡ଼: ଓଲଟିଲା ବସ୍ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୬ ଜଣ ଆହତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରମାବାହାଲ ନିକଟରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି । ୬ ଆହତଙ୍କୁ ପ୍ରଥମେ ରାଜଗାଙ୍ଗପୁର ହସ୍ପିଟାଲ ଓ ପରେ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ବସଟି ପ୍ରଥମେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ପରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା । ବସ୍ ଯେଉଁ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା ସେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ତାଙ୍କ ସହ ଆଉ ଜଣେ ପ୍ରାଣ ହରାଇଛନ୍ତି ।

ବସଟି ରାଜଗାଙ୍ଗପୁର ଅଞ୍ଚଳରୁ ରାଉରକେଲା ଅଭିମୁଖେ ଆସୁଥିଲା । ରାଉରକାଲରୁ ୧୫ ଜଣ ବ୍ୟକ୍ତି ରାଜଗାଙ୍ଗପୁରରେ କୌଣସି କାମରେ ଯୋଗ ଦେଇ ଫେରୁଥିଲେ । ଏତିକିବେଳେ ରମାବାହାଲ ନିକଟରେ ଦୁର୍ଘଟଣାର ଶିକାର ହେଲା । ରାଜଗାଙ୍ଗପୁର ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.