Latest Odisha News

BREAKING NEWS

୧୦ ଫୁଟ ପାହାଡ଼ ତଳକୁ ଖସିଲା ବସ୍, ଭାଗ୍ୟ ଭଲ ବସରେ କେହି ଯାତ୍ରୀ ନଥିଲେ

ଦିଗପହଣ୍ଡି: ୧୦ ଫୁଟ ପାହାଡ଼ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରତାଲରେ ଏହି ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ବୁରତାଲ ଏକ୍ସପ୍ରେସ ନାମକ ବସଟି ପାହାଡ଼ ତଳକୁ ଖସି ପଡ଼ିଲା । ଏଥିରେ ବସ ହେଲପର ଗୁରୁତର ହୋଇଛନ୍ତି । ସେତେବେଳେ ହେଲପର ରଜନୀକାନ୍ତ ମହାନ୍ତି ବସ୍ ଚଳାଉଥିଲେ । ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ତେବେ ସବୁଠୁ ବଡ଼ କଥା ହେଲା ସେତେବେଳେ ବସରେ କେହି ଯାତ୍ରୀ ନଥିଲେ । ପୂଜା ସାରି ହେଲପର ଯାତ୍ରୀଙ୍କୁ ବସାଇବା ପାଇଁ ବସ ନେଇ ଯାଉଥିଲେ । ଏତିକିବେଳେ ଅସାବଧାନତାରୁ ହଠାତ୍ ପାହାଡ଼ ତଳକୁ ଖସି ପଡ଼ିଲା ବସ୍ । କୌଣସି ଯାତ୍ରୀ ଚଢିବା ପୂର୍ବରୁ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଛି । ବସଟି ପାହାଡ଼ ତଳେ ପଡ଼ି ରହିଛି ।

Leave A Reply

Your email address will not be published.