Latest Odisha News

BREAKING NEWS

ଅଟୋକୁ ଧକ୍କା ଦେଲା ଡମ୍ପର, ମହିଳା ଓ ଶିଶୁ ମୃତ

ବୌଦ୍ଧ: ବୌଦ୍ଧର ମନମୁଣ୍ଡା-କଣ୍ଟାମାଳ ରାସ୍ତା ଗୋପାଳମାଳ ଛକରେ ଏକ ଅଟୋକୁ ଧକ୍କା ଦେଇଛି ପିଚୁ ବୋଝେଇ ଡମ୍ପର।

ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମହିଳା ଓ ତାଙ୍କର ପୁଅ ଏବଂ ଝିଅର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାବ୍ୟତୀତ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।

ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡମ୍ପର ଡ୍ରାଇଭର ଫେରାର ହୋଇଯାଇଥିଲା ବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.