Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡିଲେ ଜାଡେଜା

ମୁମ୍ବାଇ: ଅଷ୍ଟ୍ରେଲିଆ ମ୍ୟାଚରେ ଐତିହାସିକ ବିଜୟ ପରେ ଭାରତୀୟ ଦଳର ନଜର ରହିଛି ଇଂଲଣ୍ଡ ବିପକ୍ଷ ସିରିଜର ଉପରେ।

ହେଲେ ଏହା ପୂର୍ବରୁ ଚୂଡାନ୍ତ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଜାନୁଆରୀ ୧୯ରେ ଘୋଷିତ ଦଳରେ ସ୍ଥାନ ପାଇନାହାନ୍ତି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା। କେବଳ ଏତିକି ନୁହେଁ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ପୁରା ଟେଷ୍ଟ ସିରିଜରୁ ବାଦ୍ ଦିଆଯାଇଥିବା ନେଇ ଖବର ମିଳିଛି।

ତେବେ ଆସନ୍ତା ଫେବୃଆରୀ ୫ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଘରୋଇ ସିରିଜ୍ ଆରମ୍ଭ ହେବାକୁ ଯାଉଛି, ଯାହା ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ହେବ।

ଅପରପକ୍ଷରେ ସିଡନୀରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଇନିଂସରେ ଜାଡେଜାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା।

Leave A Reply

Your email address will not be published.