Latest Odisha News

BREAKING NEWS

ଦୁଇ ମାସ ପରେ ଆଜିଠୁ ରାଜ୍ୟବ୍ୟାପୀ ବସ୍ ଚଳାଚଳ ଆରମ୍ଭ

ଭୁବନେଶ୍ୱର: ଆଂଶିକ ଲକଡାଉନରେ ବସ୍ ଚଳାଚଳକୁ ଅନୁମତି ଦେଇଥିଲେ ସରକାର । ତଥାପି ବସ୍ ଗଡ଼ି ନଥିଲା । ଆଜିଠାରୁ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି । ପୁଣି ଥରେ ବସଷ୍ଟଚାଣ୍ଡରେ ଶୁଣିବାକୁ ମିଳିଛି ବସର ହର୍ଣ୍ଣ । କାଉଣ୍ଟରରେ ଆରମ୍ଭ ହୋଇଛି ଟିକେଟ୍ ବିକ୍ରି । ଯାତ୍ରୀଙ୍କ ଗହଳି ଚହଳି ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ଭୁବନେଶ୍ୱର ବରମୁଣ୍ଡା, କଟକ ବାଦାମବାଡ଼ି ବସଷ୍ଟାଣ୍ଡରୁ ଅଳ୍ପ କିଛି ବସ୍ ଗଡ଼ିଛି । ରାଜ୍ୟର ଏହି ଦୁଇଟି ପ୍ରମୁଖ ବସଷ୍ଟାଣ୍ଡରେ ହାତ ଗଣତି କିଛି ବସ୍ ଯାଆସ କରିଛି ।

ଦୁଇ ମାସ ପରେ କରୋନା ଗାଇଡଲାଇନ୍ ଓ କଟକଣା ଭିତରେ ବସ୍ ସେବା ଆରମ୍ଭ ହୋଇଛି । ରାଜ୍ୟରେ ପୂର୍ବରୁ ୧୬ହଜାର ବସ୍ ଚଳାଚଳ କରୁଥିବା ବେଳେ ଆଜିଠାରୁ ପ୍ରାଥମିକ ପର୍ୟ୍ୟାୟରେ ୨୦୦୦ ବସ୍ ଗଡ଼ିବାକୁ ଲକ୍ଷ୍ୟ ରଖାଯାଇଛି ।

କାରଣ ବହୁଦିନ ଠିଆ ହୋଇ ରହିବା ପରେ ବସଗୁଡ଼ିକରେ ମରାମତି ଆବଶ୍ୟକ ରହିଛି । ଗ୍ୟାରେଜରେ ଆବଶ୍ୟକ ସଂଖ୍ୟକ ମେକାନିକ ନଥିବାରୁ ମରାମତି ହୋଇ ପାରିନି ବସ୍ । ଏଭଳି ପରିସ୍ଥିତିରେ ସୋମବାରରୁ ମାତ୍ର ୧୦ରୁ ୧୫ ପ୍ରତିଶତ ବସ୍‌ ଚାଲିବ ବୋଲି କହିଛି ସଂଘ ।

ବସଗୁଡ଼ିକୁ ସବୁଦିନ ସାନିଟାଇଜ୍ କରାଯିବ । ବସ୍ ଭିତରେ ସିଟ୍ କ୍ଷମତା ଅନୁସାରେ ଯାତ୍ରୀ ପରିବହନ କରାଯିବ । କେହି ଠିଆ ହୋଇ ଯିବେ ନାହିଁ । ବସ୍ କର୍ମଚାରୀ ଓ ଯାତ୍ରୀ ସମସ୍ତେ ମାସ୍କ ପିନ୍ଧିବେ । ମାସ୍କ ନପିନ୍ଧିଲେ ବସରେ ଚଢ଼ିବାକୁ ଦିଆଯିବ ନାହିଁ । କାହାର ଲକ୍ଷଣ ଥିଲେ ବସରେ ଯିବାକୁ ବାରଣ କରାଯିବ ।

କରେନା ମହାମାରୀ ପାଇଁ ଗତ ଏପ୍ରିଲ ୧୦ରୁ ରାଜ୍ୟ ବାହାରକୁ ଓ ମେ ମାସ ୫ରୁ ରାଜ୍ୟ ଭିତରେ ବସ୍‌ ଚଳାଚଳକୁ ସରକାର ବନ୍ଦ କରିଥିଲେ। ସଂକ୍ରମଣ ନିୟନ୍ତ୍ରଣକୁ ଆସୁଥିବା ବେଳେ ଚଳିତମାସ ୧ରୁ ରାଜ୍ୟର କାଟାଗୋରୀ-Aରେ ଥିବା୨୦ଟି ଜିଲ୍ଲାରେ ଓ ଏବେ ବଳକା ୧୦ଟି ଜିଲ୍ଲାରେ ବସ୍‌ ଚଳାଇବାକୁ ସରକାର ଅନୁମତି ଦେଇଛନ୍ତି ।

Leave A Reply

Your email address will not be published.