ଭୁବନେଶ୍ବର : ଡିସେମ୍ବର ୧ ତାରିଖରୁ ରାଜ୍ୟ ତମାମ ବସ୍ ଧର୍ମଘଟ । ଚଳିତ ମାସ ୧ ତାରିଖଠାରୁ ସଂଘ ଧର୍ମଘଟରୁ ଓହରି ଯାଇଥିଲା । ମାତ୍ର ପୁଣି ଥରେ ଆନ୍ଦୋଳନ ପାଇଁ ସଜବାଜ ହୋଇଛନ୍ତି । ବସ୍ ଧର୍ମଘଟ ନେଇ ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି । ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ରାଜ୍ୟର ଘରୋଇ ବସ୍ ମାଲିକ ମାନେ କିଛି ଦିନ ତଳେ ବସ୍ ଧର୍ମଘଟ କରିଥିଲେ । ଏ ନେଇ ସରକାରଙ୍କ ସହ ଆଲୋଚନା ମଧ୍ୟ ହୋଇଥିଲା ।
ମାତ୍ର ଏ ପର୍ଯ୍ୟନ୍ତ ଦାବି ପୂରଣ ନହେବାରୁ ପୁଣି ଥରେ ଆନ୍ଦୋଳନ ନେଇ ଚେତାବନୀ ଦେଇଛି ଘରୋଇ ବସ୍ ମାଲିକ ସଂଘ । ନଭେମ୍ବର ୨୨ ତାରିଖରେ ବସ ମାଲିକ ମାନେ ବିଧାନସଭା ସମ୍ମୁଖରେ ଧାରଣା ଦେବେ । ଏ ନେଇ ସୂଚନା ଦେଇଛନ୍ତି ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ । ପ୍ରାୟ ହଜାରେରୁ ଊର୍ଦ୍ଧ୍ବ ବସ୍ ମାଲିକ ଏହି ଧାରଣାରେ ସାମିଲ ହେବେ । ତା ପରେ ଯଦି ସରକାର ଦାବି ପୂରଣ ନକରନ୍ତି, ତେବେ ସଂଘ ଡିସେମ୍ବର ୧ ତାରିଖ ଠାରୁ ଧର୍ମଘଟ କରିବ ବୋଲି ନିଷ୍ପତ୍ତି ନେଇଛି ।
Comments are closed.