Latest Odisha News

BREAKING NEWS

ବିମୁଦ୍ରୀକରଣକୁ ୭ ବର୍ଷ; ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଜି ବିମୁଦ୍ରୀକରଣକୁ ପୁରିଛି ୭ ବର୍ଷ । ୨୦୧୬ ନଭେମ୍ବର ୮ ଆଜିର ଦିନରେ ମୋଦୀ ସରକାର ବିମୁଦ୍ରୀକରଣ ନେଇ ଘୋଷଣା କରିଥିଲେ । ତେବେ ଏହାକୁ ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହା ମାଧ୍ୟମରେ ରୋଜଗାର ଏବଂ ଅସଂଗଠିତ ଅର୍ଥନୀତି ନଷ୍ଟ ହୋଇଯାଇଛି । ସେ ବିମୁଦ୍ରୀକରଣକୁ ଏକ ଅସ୍ତ୍ର ବୋଲି କହିଛନ୍ତି । ଯାହା ମାଧ୍ୟମରେ ମୋଦୀ ସରକାର ତାଙ୍କ ଘନିଷ୍ଠ ବନ୍ଧୁଙ୍କୁ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି କରାଇଥିବା କହିଛନ୍ତି ରାହୁଲ ।

ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ବିଟର)ରେ ଲେଖିଛନ୍ତି, ‘ବିମୁଦ୍ରୀକରଣ ଏକ ସୁଚିନ୍ତିତ ଷଡଯନ୍ତ୍ର । ଚାକିରି ହ୍ରାସ କରିବା, ଶ୍ରମିକଙ୍କ ଆୟ ବନ୍ଦ କରିବାକୁ, ଛୋଟ ଛୋଟ ବ୍ୟବସାୟକୁ ବନ୍ଦ କରିବାକୁ, କୃଷକଙ୍କୁ କ୍ଷତି ପହଞ୍ଚାଇବାକୁ ଏବଂ ଅସଂଗଠିତ ଅର୍ଥନୀତିକୁ ଭାଙ୍ଗିବାକୁ ଏହା ଏକ ଯୋଜନା । ଏହା ଦ୍ବାରା ୯୯ ପ୍ରତିଶତ ସାଧାରଣ ଭାରତୀୟଙ୍କୁ ହଇରାଣରେ ପକାଇବା ସହ ୧ ପ୍ରତିଶତ ପୁଞ୍ଜିପତି ମୋଦୀ ‘ବନ୍ଧୁ’ ପାଇଁ ଲାଭବାନ ହୋଇଛନ୍ତି । ଆପଣ ମାନଙ୍କର ଟଙ୍କାରେ ତାଙ୍କର ସର୍ବୋତ୍ତମ ବନ୍ଧୁଙ୍କୁ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି କରିବା ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି କହିଛନ୍ତି ରାହୁଲ ।

ବାସ୍ତବପକ୍ଷେ, ନଭେମ୍ବର ୮ ତାରିଖ ୨୦୧୬ ରେ ରାତି ୮ ଟାରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିମୁଦ୍ରୀକରଣର ଘୋଷଣା କରିଥିଲେ ଯେ ରାତି ୧୨ ଟାରୁ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ଆଉ ପ୍ରଚଳିତ ହେବ ନାହିଁ । ସେ ଏହି ନୋଟଗୁଡିକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଥିଲେ । ଏହା ପରେ, ଯେଉଁମାନଙ୍କର ୫୦୦ ଏବଂ ୧୦୦୦ ଟଙ୍କା ନୋଟ୍ ଥିଲା ସେମାନେ ମଧ୍ୟ ଜମା କରିବାର ବିକଳ୍ପ ପାଇଲେ। ସେହି ସମୟରେ ଲୋକମାନେ ନୋଟ୍ ଜମା କରିବା ପାଇଁ ଲମ୍ବା ଧାଡିରେ ଠିଆ ହୋଇଥିବା ଦେଖାଯାଇଥିଲା । ଏଟିଏମ୍ ବାହାରେ ବହୁତ ସମୟ ଧରି ଲମ୍ବା ଲାଇନ ମଧ୍ୟ ଲାଗିରହିଥିଲା ।

Leave A Reply

Your email address will not be published.