Latest Odisha News

BREAKING NEWS

ଆସ ବୁଲିଯିବା ଓଡିଶା: କଫି ବଗିଚା ଭିତରେ ଥିବା କଫି କାଫେରେ ଶୀତର ମଜା

ରାଜ୍ୟରେ ଥିବା କିଛି ପର୍ଯ୍ୟଟନସ୍ଥଳୀକୁ ନେଇ ଓଡିଶା ସମ୍ବାଦର ସ୍ବତନ୍ତ୍ର ଉପସ୍ଥାପନା "ଆସ ବୁଲିଯିବା ଓଡିଶା"

କନ୍ଧମାଳ: ଆସିଲାଣି ଶୀତଋତୁ । ଶୀତଋତୁରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ତଥା ପିକନିକ ସ୍ପଟରେ ଅନେକ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୁଏ । ଜଞ୍ଜାଳମୟ ଜୀବନରୁ ଟିକିଏ ଫୁରସତ ମିଳିଲେ ଲୋକେମାନେ ଖୋଜି ବୁଲନ୍ତି ଶାନ୍ତିପୂର୍ଣ୍ଣ ସ୍ଥାନଟିଏ । ଯେଉଁଠାରେ ପରିବାର ତଥା ନିଜର ଆତ୍ମୀୟ ସ୍ୱଜନଙ୍କ ସହ କିଛି ବିଶେଷ ମୂହୂର୍ତ୍ତ କଟାଇପାରିବେ । ଆମ ରାଜ୍ୟରେ ରହିଛି ଅନେକ ପର୍ଯ୍ୟଟନ ସ୍ଥଳୀ ଯେଉଁଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ । ବିଶେଷ କରି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଜମେ ପର୍ଯ୍ୟଟକଙ୍କ ଭିଡ଼ । ଏହା ଓଡ଼ିଶାର ଏକମାତ୍ର ପର୍ବତୀୟ ସ୍ଥାନ ଯେଉଁଠାରେ ଶୀତ ଦିନେ ବରଫପାତ ହୁଏ । କେବଳ ଦାରିଙ୍ଗବାଡ଼ି ପାଇଁ ନୁହେଁ ବରଂ କନ୍ଧମାଳ ଜିଲ୍ଲାରେ ଥିବା ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀକୁ ମଧ୍ୟ ଦୂରଦୂରାନ୍ତରୁ ପର୍ଯ୍ୟଟଙ୍କ ସୁଅ ଛୁଟିଥାଏ ।

ଓଡିଶାର ଭୂସ୍ୱର୍ଗ ଭାବେ ପରିଚିତ ପ୍ରକୃତିର ନୈସର୍ଗିକ ସୌନ୍ଦର୍ଯ୍ୟରେ ଭରପୂର ଦାରିଙ୍ଗବାଡି ଏକାନ୍ତରେ ହେଉ ଅବା ପରିବାର ସହ ସମୟ ବିତାଇବା ପାଇଁ ଏକ ପ୍ରକୃଷ୍ଟ ଭ୍ରମଣସ୍ଥଳୀ । ସମୁଦ୍ର ପତ୍ତନ ଠାରୁ ପ୍ରାୟ ୩ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଦାରିଙ୍ଗବାଡି ।  ଦାରିଙ୍ଗବାଡିର ମନମୁଗ୍ଧ କଲା ଭଳି ପରିବେଶ, ଶିଶୁ ଉଦ୍ୟାନ, ନେଚରପାର୍କ, ହିଲଭିୟୁ ପାର୍କ, କିରିକୁଟି ପ୍ରକୃତି ଲଭର୍ସ ପଏଣ୍ଟ ଓ ସାଇଲେଣ୍ଟ ଭ୍ୟାଲିରେ  ସେଲ୍ଫି ନେବା ସହ ବଣଭୋଜିର ମଜା ଉଠାଇଥାଆନ୍ତି ପର୍ଯ୍ୟଟକ । ଘନ ଝାଉଁ ବଣ, କଫି ବଗିଚା ଓ ଅଙ୍କାବଙ୍କା ଘାଟି ରାସ୍ତାରେ ପରିପୂର୍ଣ ଦାରିଙ୍ଗବାଡ଼ିରେ ପାହାନ୍ତିଆ ଶୀତର ମଜା ନେବାକୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଭିଡ଼ ଜମାଇଥାଆନ୍ତି ।

ଏହା ମଧ୍ୟ ପଢନ୍ତୁ

https://odishasambad.in/beauty-of-nature-gudahandi-dokarichanchara-dam-a-must-visit-place-in-kalahandi/

ଦାରିଙ୍ଗବାଡ଼ିର ସୁନ୍ଦର ପରିବେଶ, ସବୁଜ ଅରଣ୍ୟ ପର୍ଯ୍ୟଟକଙ୍କୁ ଅନନ୍ୟ ଅନୁଭୂତି ପ୍ରଦାନ କରିଥାଏ । ଏଠାକାର  ଶାନ୍ତ ବାତାବରଣ, ଆଦିବାସୀ ସଭ୍ୟତା ଓଡିଶାର ଭୂସ୍ୱର୍ଗର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ । ହାଡ଼ ଭଙ୍ଗା ଜାଡ଼କୁ ଖାତିର ନକରି ଦୂରଦୁରାନ୍ତରରୁ ଏହି ହିଲ୍ ଷ୍ଟେସନକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ରହିବା ପାଇଁ ଜଙ୍ଗଲବିଭାଗ ପକ୍ଷରୁ ଇକୋ କଟେଜର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ   ଇକୋ କଟେଜରେ ଦେଶୀ ଖାଦ୍ୟ ସହ ରାତିରେ କ୍ୟାମ୍ପ ଲବସକ୍ସର ମଧ୍ୟ ବ୍ୟବସ୍ଥା ରହିଛି ।

ତେବେ ଚଳିତ ବର୍ଷ ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରର ଆକର୍ଷଣ ସାଜିଛି କଫି ବଗିଚା ଭିତରେ ହୋଇଥିବା କଫି କାଫେ । ଏହି କଫି କାଫେରେ ପର୍ଯ୍ୟଟକ ମାନେ କଫିର ମଜା ନେବା ସହ ଶିଶୁ ମାନଙ୍କ ପାଇଁ ଶିଶୁ ଉଦ୍ୟାନରେ ବିଭିନ୍ନ ଖେଳ କୁଦର ବ୍ୟବସ୍ଥା ରହିଛି । ଫାଇବରରେ ନିର୍ମିତ ହରିଣ, ବାଘ, ଭାଲୁ, ସିମ୍ପାଞ୍ଜି,ମୟୂର ଭଳି ପଶୁ ପକ୍ଷୀଙ୍କ ମୂର୍ତ୍ତି ରହିଛି। ଏଥି ସହିତ ଦୋଳି, ଖସଡ଼ା, ଟୀଙ୍ଗ ଜମିଂ ଆଦିର ବ୍ୟବସ୍ଥା ରହିଛି । ଫାଇବରରେ ନିର୍ମିତ ପ୍ରଜାପତିରେ ସେଲଫି ପଏଣ୍ଟ ମଧ୍ୟ ରହିଛି । ପୂର୍ବରୁ ପର୍ଯ୍ୟଟକ ମାନେ ଖାଲି କଫି ବଗିଚାରେ କଫି ଗଛ, ଗୋଲମରିଚ ଗଛ, ଠେକୁଆ ଆଦି ଦେଖୁଥିଲେ। ହେଲେ ଏବେ ଏହି କଫି ବଗିଚା ରେ ଆଉ କିଛି ସ୍ୱତନ୍ତ୍ର ଦେଖିବାକୁ ମିଳିବ ।

Leave A Reply

Your email address will not be published.