Latest Odisha News

BREAKING NEWS

ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ଲୁଟ୍

ସୋର: ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ଲୁଟ୍  । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଗୋପାଳପୁରରେ  ।  ବନ୍ଧୁକ ଦେଖାଇ ଜଣେ ବ୍ୟବସାୟୀଙ୍କଠାରୁ ୩ ଲକ୍ଷ ୭୦ହଜାର ଟଙ୍କା , ସୁନାଗହଣା ଓ  ଗାଡ଼ି ଲୁଟ ହୋଇଛି ।  ଲୁଟର ଶିକାର ହୋଇଥିବା ବ୍ୟକ୍ତିଜଣଙ୍କ ହେଉଛନ୍ତି ଦିଲ୍ଲୀପ କୁମାର ଦାସ  । ସେ ଏକ ସିମେଣ୍ଟ ଗୋଦାମରେ କାମ କରନ୍ତି । ଗତକାଲି ଦିଲୀପ ଟଙ୍କା ଆାଦାୟ  କରି ବିଳମ୍ବିତ ରାତିରେ ବାଇକ ଯୋଗେ ସୋରୋ ଅଭିମୁଖେ ଫେରୁଥିଲେ ।

ହଠାତ୍ ଦୁଇ ମୁଖା ପିନ୍ଧା ଦୁର୍ବୁତ୍ତ ଆସି ତାଙ୍କୁ ଅଟକାଇଥିଲେ। ଏବଂ ବନ୍ଧୁକ ଦେଖାଇ ତାଙ୍କଠାରୁ ବନ୍ଧୁକ ଦେଖାଇ ତାଙ୍କ ନିକଟରୁ ମୋବାଇଲ ଫୋନ, ୨ଟି ସୁନା ମୁଦି ଏବଂ କଲେକ୍ସନ କରି ଆଣିଥିବା ୩ ଲକ୍ଷ ୭୦ ହଜାର ଟଙ୍କା ଛଡାଇ ନେଇଯାଇଥିଲେ ।  ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।  ପରେ ଦିଲୀପ ଏ ନେଇ ଖନ୍ତାପଡା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

Comments are closed.