Latest Odisha News

BREAKING NEWS

କ୍ରିକେଟ ପ୍ରେମୀଙ୍କ ପାଇଁ ରେଳବାଇର ସ୍ୱତନ୍ତ୍ର ଭେଟି: ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ଗଡିବ ସ୍ୱତନ୍ତ୍ର ଟ୍ରେନ

ନୂଆଦିଲ୍ଲୀ: ଦେଶରେ ଚାଲିଥିବା କ୍ରିକେଟ ମହାକୁ୍ମ୍ଭ ଶେଷ ପର୍ଯ୍ୟାୟରେ । ରବିବାର ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ପୁରା ବିଶ୍ୱକପରେ ଭାରତର ପ୍ରଦର୍ଶନ ବହୁତ ଭଲ ରହିଥିଲା । ବର୍ତ୍ତମାନ ସୁଦ୍ଧ ଭାରତୀୟ ଟିମ ଗୋଟିଏ ବି ମ୍ୟାଚ ହାରିନି । ଫାଇନାଲ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ପାଇଁ ଭାରତୀୟ ରେଳ ବିଭାଗ ବିଶେଷ ଅଫର ଦେଇଛି । ମ୍ୟାଚ ପାଇଁ ସ୍ୱତନ୍ତ୍ର ରେଳ ଚଳାଚଳ ପାଇଁ ଘୋଷଣା କରଛି ଭାରତୀୟ ରେଳବିଭାଗ ।

BjdElectrycity

ଏହି ସ୍ୱତନ୍ତ୍ର ଟ୍ରେନ ଦିଲ୍ଲୀ ଏବଂ ମୁମ୍ବାଇରୁ ଅହମ୍ମଦାବାଦ ଗଡିବ । ଏହି ଟ୍ରେନ ଶନିବାର ସନ୍ଧ୍ୟାରୁ ବାହାରିବ ଏବଂ ପରଦିନ ସକାଳେ ଅହମ୍ମଦାବାଦରେ ପହଞ୍ଚିବ । ଗୋଟିଏ ଟ୍ରେନ ଦିଲ୍ଲୀରୁ ଏବଂ ତିନୋଟି ଟ୍ରେନ ମୁମ୍ବାଇରୁ ଅହମ୍ମଦାବାଦ ଗଡିବ । ଟ୍ରେନ ନଂ ୦୧୧୫୩ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ –ଅହମ୍ମଦାବାଦ ସ୍ପେଶାଲ ଏକ୍ସପ୍ରେସ ଶନିବାର ୧୦ଟା ୩୩ରୁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରୁ ବାହାରିବ । ପରଦିନ ୬ଟା ୪୦ରେ ଅହମ୍ମଦାବାଦରେ ପହଞ୍ଚିବ । ଏହା ଦାଦର, ଠାଣେ, ବସଈ ରୋଡ, ବଡୋଦରା ଏବଂ ଅହମ୍ମଦାବାଦରେ ଷ୍ଟପେଜ ନେବ । ସେହିପରି ଦିଲ୍ଲୀରୁ ଅହମ୍ମଦାବାଦ ଟ୍ରେନ ଆଜି ସନ୍ଧ୍ୟାରୁ ବାହାରିବ  ।

ବିମାନରେ ଆସିବାକୁ ହେଲେ ଯାତ୍ରୀଙ୍କୁ ୨୦ରୁ ୪୦ ହଜାର ଖର୍ଚ୍ଚ ହେବ  । ଏପରି ସମୟରେ ଏହି ଟ୍ରେନ ଚଳାଚଳ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଉପହାରଠାରୁ କିଛି କମ ନୁହେଁ । କାରଣ ଯାତ୍ରୀ ସ୍ଲିପର କ୍ଲାସରେ ୬୨୦ ଟଙ୍କା ଟିକେଟେ ଯାଇପାରି । ସେହିପରି 3AC ଇକୋନମି ବର୍ଥରେ ୧,୫୨୫ ଟଙ୍କା ଏବଂ ଷ୍ଟାଣ୍ଡାର୍ଡ 3AC ସିଟିରେ ୧,୬୬୫ଟଙ୍କା ଏବଂ ଫାର୍ଷ୍ଟ କ୍ଲାସ ଏସିରେ ୩, ୪୯୦ ଟଙ୍କା ଫିସ ରହିଛି ।

Leave A Reply

Your email address will not be published.