Latest Odisha News

ଆସନ୍ତା ୨୧ରୁ ଯୁକ୍ତ ଦୁଇ ପରୀକ୍ଷା ଫର୍ମ ପୂରଣ, ଜାଣନ୍ତୁ ଶେଷ ତାରିଖ କେତେ…

ଭୁବନେଶ୍ଵର: ଆସନ୍ତା ୨୧ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହେବ । ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ନଭେମ୍ବର ୨୯ ମଧ୍ୟରେ ବିନା ଜରିମାନାରେ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ। ନଭେମ୍ବର ୧୬ରୁ ନଭେମ୍ବର ୩୦ ତାରିଖ ମଧ୍ୟରେ ଏସବିଆଇ କଲେକ୍ଟ ମାଧ୍ୟମରେ ଫି’ ଦାଖଲ କରିବାକୁ ହେବ । ନଭେମ୍ବର ୨୭ ରୁ ଡିସେମ୍ବର ୪ ମଧ୍ୟରେ ଶହେ ଟଙ୍କା ଜରିମାନା ଏବଂ ଡିସେମ୍ବର ୫ ରୁ ୭ ମଧ୍ୟରେ ୪୫୦ ଟଙ୍କା ଜରିମାନା ଦେଇ ଛାତ୍ରଛାତ୍ରୀ ଫର୍ମ ପୂରଣ କରି ପାରିବେ । ଯେଉଁ ରେଗୁଲାର ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ବଦଳେଇବାକୁ ଚାହାନ୍ତି ସେମାନେ ଡିସେମ୍ବର ୭ତାରିଖ ମଧ୍ୟରେ ବଦଳାଇ ପାରିବେ । ଫର୍ମ ପୂରଣ ବାବଦରେ ଛାତ୍ରଛାତ୍ରୀଙ୍କୁ ୫୨୦ ଟଙ୍କା ଦେବାକୁ ପଡ଼ିବ । ସେହିପରି ପ୍ରାକ୍ଟିକାଲ ଲାଗି ପେପର୍‌ ପିଛା ୪୦ ଟଙ୍କା ଫି’ ଦେବାକୁ ହେବ।

କଲେଜର ସାମ୍ସ ପୋର୍ଟାଲ ଜରିଆରେ କର୍ତ୍ତୃପକ୍ଷ ପିଲାଙ୍କ ଫର୍ମ ପୂରଣ କରିବେ । ଆବଶ୍ୟକୀୟ କାଗଜପତ୍ର ସହ ନିର୍ଭୁଲ ଭାବେ ପିଲାଙ୍କ ଫର୍ମ ପୂରଣ କରିବା ପାଇଁ ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ଏନେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି । ଏଥିସହ ଫର୍ମ ପୂରଣ ନେଇ ଗାଇଡଲାଇନ୍‌ ବି ଜାରି ହୋଇଛି। ଫର୍ମ ପୂରଣ ସମୟରେ ଛାତ୍ରଛାତ୍ରୀ ନିଜର କଲେଜ ପରିଚୟପତ୍ର, ଫଟୋକପି, ଦଶମ ଶ୍ରେଣୀ ସାର୍ଟିଫିକେଟ ଦାଖଲ କରିବେ । ଏ ସଂପର୍କିତ ସମସ୍ତ ସୂଚନା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ଉପଲବ୍ଧ ରହିଛି ।

Leave A Reply

Your email address will not be published.