Latest Odisha News

ଡିସେମ୍ବର ୩୦ ସୁଦ୍ଧା ସବୁ ସ୍କୁଲ୍ ଓ କଲେଜକୁ ଜମି ପଟ୍ଟା ଦିଆଯିବ: ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ସବୁ ସ୍କୁଲ ଓ କଲେଜକୁ ପଟ୍ଟା ଦିଆଯିବ । ତେଣୁ ଡିସେମ୍ବର ୩୦ ତାରିଖ ସୁଦ୍ଧା କିପରି ସବୁ ସ୍କୁଲ ଓ କଲେଜକୁ ଜମି ପଟ୍ଟା ଦିଆଯିବ ସେନେଇ କାର୍ଯ୍ୟ ଆରମ୍ଭ ହୋଇଥିବା କହିଛନ୍ତି ରାଜସ୍ବ ମନ୍ତଫରି ସୁରେଶ ପୂଜାରୀ । ଶିକ୍ଷକ କିମ୍ବା ଅଧ୍ୟାପକମାନେ ପାଠ ପଢ଼ାଇବା  ଛାଡ଼ି ତହସିଲ ଅଫିସକୁ ଦୌଡ଼ିବା ଆବଶ୍ୟକ ନାହିଁ । ସେହିପରି ୨୦ ରାଜସ୍ବ ଗ୍ରାମ ନେଇ ରାଜ୍ୟ ସରକାରଙ୍କ ପାଖକୁ ପ୍ରସ୍ତାବ ଆସିଥିଲା । ଏନେଇ ମଧ୍ୟ ସେସବୁ ଗ୍ରାମର ଜନଗଣନା ଆରମ୍ଭ ହୋଇଯାଇଛି ।

 

ଯେତେ ପ୍ରସ୍ତାବ ଅସିଛି ତୁରନ୍ତ ତାକୁ ବିଚାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜାତିଭିତ୍ତିକ ପ୍ରମାଣପତ୍ର ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଦେବା ପାଇଁ ସମୟ ଓ ଦିନ ଧାର୍ଯ୍ୟ ସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଛି । ମ୍ୟୁଟେସନ୍ କେସଗୁଡ଼ିକୁ ତୁରନ୍ତ ଫଇସଲା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଦିବାସୀ ମାନଙ୍କୁ ତୁରନ୍ତ ପଟ୍ଟା ଦେବା, ବସୁନ୍ଧରା ଯୋଜନାରେ ପଟ୍ଟା ତୁରନ୍ତ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

 

Comments are closed.