ନୂଆଦିଲ୍ଲୀ: ଗୁଳି ମାରିବା ବନ୍ଦ କର, ଦେଶକୁ ଭାଙ୍ଗିବା ବନ୍ଦ କର । ସୋମବାର କିଛି ଏଭଳି ନାରାରେ କମ୍ପିଥିଲା ସଂସଦ ଗୃହ । ବଜେଟ ଅଧିବେଶନ ଆରମ୍ଭ ହେବା କ୍ଷଣି ଲୋକସଭାରେ ବିରୋଧୀ ନେତାମାନେ ନିଜ ଆସନରେ ଠିଆ ହୋଇ ଗୁଳି ମାରିବା ବନ୍ଦ କର, ଦେଶକୁ ଭାଙ୍ଗିବା ବନ୍ଦ କର ବୋଲି ନାରା ଦେଇଥିଲେ । ରବିବାର ରାତିରେ ଜାମିଆ ବିଶ୍ୱବିଦ୍ୟାଳୟ ବାହାରେ ହୋଇଥିବା ଗୁଳିକାଣ୍ଡକୁ ନେଇ ବିରୋଧୀମାନେ ବିଜେପିକୁ ଟାର୍ଗେଟ୍ କରିଥିଲେ ।
ସେପଟେ ରାଜ୍ୟ ସଭାରେ ମଧ୍ୟ ନାଗିରକତା ସଂଶୋଧନ ଆଇନ, ଏନ୍ଆର୍ସି ଓ ଏନ୍ପିଆର୍କୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଛି । ବିରୋଧୀମାନେ ଏହି ୩ଟି ପ୍ରସଙ୍ଗରେ ହଙ୍ଗମା କରିଛନ୍ତି । ସିଏଏକୁ ନିରସ୍ତ୍ର କରିବାକୁ ଦାବି କରିଛନ୍ତି । ରାଜ୍ୟସଭାରେ ବିଏସ୍ପି ସାଂସଦ ସତୀଶ ମିଶ୍ରା ସିଏଏକୁ ତତ୍କାଳ ନିରସ୍ତ୍ର କରିବାକୁ ଦାବି କରି ସ୍ଥଗିତ ପ୍ରସ୍ତାବ ଦେଇଥିଲେ ।
ସେହିପରି ସିପିଏମ୍ ଏବଂ ସିପିଆଇ ସଦସ୍ୟମାନେ ବି ରାଜ୍ୟସଭାରେ ସିଏଏ, ଏନ୍ଆର୍ସି ଏବଂ ଏନ୍ପିଆର୍ ପ୍ରସଙ୍ଗରେ ଦେଶରେ ଲାଗି ରହିଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଏସବୁକୁ ସ୍ଥଗତି କରିବାକୁ ପ୍ରସ୍ତାବ ଆଗତ କରିଥିଲେ । ଅନ୍ୟପଟେ ଲୋକସଭାରେ କଂଗ୍ରେସ ନେତା ତଥା ସାଂସଦ ଅଧୀର ରଂଜନ ଚୌଧୁରୀ, କୋଡିକୁନ୍ନୀଲ ସୁରେଶ ଓ ଗୌରବ ଗୋଗୋଇ ମଧ୍ୟ ସିଏଏ, ଏନ୍ଆର୍ସି ଏବଂ ଏନ୍ପିଆର୍କୁ ସ୍ଥଗତି କରିବାକୁ ପ୍ରସ୍ତାବ ଦେଇଥିଲେ ।
BREAKING NEWS
- ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ଅଭିଯାନ; ୧୦ ହଜାରରୁ ଅଧିକ ମହିଳାଙ୍କୁ କିଟ୍ ଓ ସଚେତନତା ବାଣ୍ଟିଲା ଟିପିଏସ୍ଓଡିଏଲ୍
- ବିଜେଡିକୁ ଶକ୍ତ ଝଟ୍କା, ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା
- ଅପରେସନ ସାଇବର କବଚ: ୩୪,୧୦୧ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୩୬ ଜଣ ଗିରଫ
- ଏଥର ଟି୨୦ରେ ବୁମରାହଙ୍କୁ କମ ଦେଖିବାକୁ ମିଳିବ
- ଟି୨୦ ବିଶ୍ୱକପ: ଭାଙ୍ଗିଲା ଏହି ସବୁ ରେକର୍ଡ
- ଗୁଜରାଟ ଟାଇଟାନ୍ସର ବ୍ୟାଟିଂ କୋଚ ହେଲେ ମାଥ୍ୟୁ ହେଡେନ
- Nyaya Sanhita Exhibition: ଆଉ ଦୁଇ ଦିନ ବଢିଲା ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ
- ଭିତ୍ତିଭୂମି ନିର୍ମାଣରେ ଓଡ଼ିଶା ତୁଳନାରେ ଆଗୁଆ ଅଛି ଆନ୍ଧ୍ର: ବିଦ୍ୟୁତ ରିପୋର୍ଟ
- ରାଜ୍ୟରେ ଦାଦନ ଶ୍ରମିକ ବୃଦ୍ଧି, ବର୍ଷକରେ ବଢିଲେଣି ୨୨ ହଜାର ପ୍ରବାସୀ
- Youth Commits Suicide: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
Comments are closed.