ନୂଆଦିଲ୍ଲୀ: ଗୁଳି ମାରିବା ବନ୍ଦ କର, ଦେଶକୁ ଭାଙ୍ଗିବା ବନ୍ଦ କର । ସୋମବାର କିଛି ଏଭଳି ନାରାରେ କମ୍ପିଥିଲା ସଂସଦ ଗୃହ । ବଜେଟ ଅଧିବେଶନ ଆରମ୍ଭ ହେବା କ୍ଷଣି ଲୋକସଭାରେ ବିରୋଧୀ ନେତାମାନେ ନିଜ ଆସନରେ ଠିଆ ହୋଇ ଗୁଳି ମାରିବା ବନ୍ଦ କର, ଦେଶକୁ ଭାଙ୍ଗିବା ବନ୍ଦ କର ବୋଲି ନାରା ଦେଇଥିଲେ । ରବିବାର ରାତିରେ ଜାମିଆ ବିଶ୍ୱବିଦ୍ୟାଳୟ ବାହାରେ ହୋଇଥିବା ଗୁଳିକାଣ୍ଡକୁ ନେଇ ବିରୋଧୀମାନେ ବିଜେପିକୁ ଟାର୍ଗେଟ୍ କରିଥିଲେ ।
ସେପଟେ ରାଜ୍ୟ ସଭାରେ ମଧ୍ୟ ନାଗିରକତା ସଂଶୋଧନ ଆଇନ, ଏନ୍ଆର୍ସି ଓ ଏନ୍ପିଆର୍କୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଛି । ବିରୋଧୀମାନେ ଏହି ୩ଟି ପ୍ରସଙ୍ଗରେ ହଙ୍ଗମା କରିଛନ୍ତି । ସିଏଏକୁ ନିରସ୍ତ୍ର କରିବାକୁ ଦାବି କରିଛନ୍ତି । ରାଜ୍ୟସଭାରେ ବିଏସ୍ପି ସାଂସଦ ସତୀଶ ମିଶ୍ରା ସିଏଏକୁ ତତ୍କାଳ ନିରସ୍ତ୍ର କରିବାକୁ ଦାବି କରି ସ୍ଥଗିତ ପ୍ରସ୍ତାବ ଦେଇଥିଲେ ।
ସେହିପରି ସିପିଏମ୍ ଏବଂ ସିପିଆଇ ସଦସ୍ୟମାନେ ବି ରାଜ୍ୟସଭାରେ ସିଏଏ, ଏନ୍ଆର୍ସି ଏବଂ ଏନ୍ପିଆର୍ ପ୍ରସଙ୍ଗରେ ଦେଶରେ ଲାଗି ରହିଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଏସବୁକୁ ସ୍ଥଗତି କରିବାକୁ ପ୍ରସ୍ତାବ ଆଗତ କରିଥିଲେ । ଅନ୍ୟପଟେ ଲୋକସଭାରେ କଂଗ୍ରେସ ନେତା ତଥା ସାଂସଦ ଅଧୀର ରଂଜନ ଚୌଧୁରୀ, କୋଡିକୁନ୍ନୀଲ ସୁରେଶ ଓ ଗୌରବ ଗୋଗୋଇ ମଧ୍ୟ ସିଏଏ, ଏନ୍ଆର୍ସି ଏବଂ ଏନ୍ପିଆର୍କୁ ସ୍ଥଗତି କରିବାକୁ ପ୍ରସ୍ତାବ ଦେଇଥିଲେ ।
BREAKING NEWS
- Accident Rate: ବର୍ଷକୁ ଦେଶରେ ଘଟୁଛି ୫ ଲକ୍ଷ ଦୁର୍ଘଟଣା, ରାଜ୍ୟରେ ଜାଣନ୍ତୁ କେତେ…
- ପାକ୍ସ ସିଲିକାର ପୂର୍ଣ୍ଣକାଳୀନ ସଦସ୍ୟ ହେବ ଭାରତ, ଜାଣନ୍ତୁ କଣ…
- Gold Silver Price: ପୁଣି ରେକର୍ଡ କଲା ସୁନା-ରୂପା ଦର, ଜାଣନ୍ତୁ ଆଜି କେତେ ରହିଛି…
- ରାୟଗଡ଼ାରେ ସଡକ ଦୁର୍ଘଟଣାରେ ୨ ଭାଇଙ୍କ ମୃତ୍ୟୁ
- ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ, ‘X’ ଛାଡ଼ିବା ନେଇ ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା
- ଏଥର କୋହଲିଙ୍କ ନଜର ଜୟସୂରିୟାଙ୍କ ରେକର୍ଡ ଉପରେ
- ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନୀତ ହେବେ ନୃସିଂହ ଚରଣ ଷଡ଼ଙ୍ଗୀ
- ସିବିଆଇ ଅଫିସରେ ଥାଲାପତି ବିଜୟ…
- ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିବ ଭିତ୍ତିପ୍ରସ୍ତର
- ଭାରତ-ବାଂଲାଦେଶ ବିବାଦରେ ପାକିସ୍ତାନର ଏଂଟ୍ରି
Comments are closed.