Latest Odisha News

BREAKING NEWS

ନାଗରିକତା ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଭୁବନେଶ୍ୱର: ବହୁଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ ଗୁରୁବାର ବିଳମ୍ବିତ ରାତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରି ପ୍ରଦାନ କରିଛନ୍ତି।

ସୋମବାର ଏହି ବିଲ୍‌ ଲୋକସଭାରେ ଗୃହୀତ ହୋଇଥିବା ବେଳେ ବୁଧବାର ରାଜ୍ୟସଭାରେ ଗୃହୀତ ହୋଇଥିଲା। ରାଷ୍ଟ୍ରପତିଙ୍କ ଅନୁମୋଦନ ସହ ଏହା ଆଇନରେ ପରିଣତ ହୋଇଛି।

ଏହି ଆଇନ ଅନୁସାରେ ଯେଉଁ ସଦସ୍ୟ (ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଓ ଇସାଈ ସଂପ୍ରଦାୟ) ୨୦୧୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତ ଆସିଛନ୍ତି ଏବଂ ଯେଉଁମାନେ ନିଜ ଦେଶରେ ଧାର୍ମିକ ଉତ୍ପୀଡ଼ନର ସମ୍ମୁଖୀନ ହୋଇଛନ୍ତି, ତାଙ୍କୁ ବେଆଇନ ପ୍ରବାସୀ ମନେ କରାଯିବ ନାହିଁ । ବରଂ ସେମାନଙ୍କୁ ଭାରତୀୟ ନାଗରିକତା ଦିଆଯିବ ।

ତେବେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରେ ନାଗରିକତା ସଂଶୋଧିତ ଆଇନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ଗତକାଲିଠାରୁ ହିଂସାତ୍ମକ ମୋଡ଼ ନେଇଛି । ଆସାମରେ ପୁଲିସ ଗୁଳିରେ ୨ ପ୍ରଦର୍ଶନକାରୀ ନିହତ ହୋଇଛନ୍ତି।

Comments are closed.