Latest Odisha News

BREAKING NEWS

ଭାରତୀୟ ମହାକାଶ କ୍ଷେତ୍ର ଆମେରିକା ଚୀନକୁ ଦେବ ଟକ୍ମର!

୧୦ଟି ଇନ୍‌-ଅର୍ବିଟ୍‌ ଉପଗ୍ରହ ହସ୍ତାନ୍ତର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

 

ନୂଆଦିଲ୍ଲୀ: ମହାକାଶ କ୍ଷେତ୍ରରେ ଦ୍ରୁତ ବିକାଶ ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ସରକାରଙ୍କ ଠାରୁ ୧୦ଟି ଇନ-ଅର୍ବିଟ୍‌ ସଞ୍ଚାର ଉପଗ୍ରହ ଏନଏସଆଇଏଲ କୁ ହସ୍ତାନ୍ତର କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।

ଏନଏଆଇଏଲ ହେଉଛି ଭାରତ ସରକାରଙ୍କ ମହାକାଶ ବିଭାଗର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ଥିବା ଏକ ସମ୍ପୂର୍ଣ୍ଣ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗ । ଏହି ଅନୁମୋଦନ ଦ୍ବାରା ମହାକାଶ କ୍ଷେତ୍ରରେ ଘରୋଇ ଆର୍ଥିକ ଗତିବିଧି ବୃଦ୍ଧି ପାଇବ ଏବଂ ବିଶ୍ବ ମହାକାଶ ବଜାରରେ ଭାରତର ଅଂଶଧନ ବଢ଼ିବା ସହ ପ୍ରତିଯୋଗିତା ମଧ୍ୟ ବଢ଼ିବ । ସବୁଠାରୁ ବଡ଼ କଥା ହେଲା ମହାକାଶ କ୍ଷେତ୍ରରେ ସଂସ୍କାର ଆସିବା ଫଳରେ ଏଣ୍ଡ ଟୁ ଏଣ୍ଡ ବାଣିଜ୍ୟିକ ମହାକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇପାରିବ ।  ବିଶେଷ କରି ବିକଶିତ ଦେଶମାନଙ୍କର ମହାକାଶ ବିଜ୍ଞାନର ଭିତ୍ତିଭୂମି ପରି ଆଗାମୀ ଦିନରେ ଭାରତର ମହାକାଶ କ୍ଷେତ୍ର ମଧ୍ୟ ଆଗେଇପାରିବ । ଆମେରିକା, ଚୀନ , ଋଷ ଭଳି ଭାରତ ମହାକାଶ କ୍ଷେତ୍ର ବିକଶିତ ହେବାରେ ଏହି ନିଷ୍ପତ୍ତି ସାହାଯ୍ୟ କରିବ ।

 

ଏନଏସଆଇଏଲର ଅଧିକୃତ ଅଂଶଧନ ପୁଞ୍ଜିକୁ ୧୦୦୦ ଟଙ୍କାରୁ ୭୫୦୦ ଟଙ୍କାକୁ ବଢ଼ାଇବା ଲାଗି ମଧ୍ୟ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି । ଏହା ଦ୍ବାରା ବିଭିନ୍ନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ଆର୍ଥିକ କ୍ଷମତା ମଧ୍ୟ ମିଳିବ ।

ସବୁଠାରୁ ବଡ଼ କଥା ହେଲା  କମ୍ପାନୀରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ପ୍ରଯୁକ୍ତି କ୍ଷେତ୍ରରେ ବିକାଶ ହୋଇପାରିବ । ବିଭିନ୍ନ କ୍ଷେତ୍ରରେ ମଧ୍ୟ ଭାରତୀୟ ମହାକାଶର ଅନ୍ୟ କ୍ଷେତ୍ରରେ ମଧ୍ୟ କମ୍ପାନୀର ବିକାଶ ସମ୍ଭବ ହେବ । ଏହି ଅନୁମୋଦନ ଦ୍ବାରା ମହାକାଶ କ୍ଷେତ୍ରରେ ଘରୋଇ ଆର୍ଥିକ ଗତିବିଧି ଢ଼େରମାତ୍ରାରେ ବୃଦ୍ଧି ପାଇବ ଏବଂ ବିଶ୍ବ ମହାକାଶ ବଜାରରେ ଭାରତର ଅଂଶଧନ ବଢ଼ିବାରେ ଲାଗିବ ।

ଏବେ ସମ୍ପୂର୍ଣ୍ଣ ଉପଗ୍ରହ ପରିଚାଳକ ହେବାରେ ଏନଏସଆଇଏଲକୁ କ୍ଷମତା ମିଳିପାରିଛି । ସିଙ୍ଗଲ ୱିଣ୍ଡୋ ଅପରେଟର ଭାବେ କାମ କରିବାକୁ ଥିବା ଏନଏସଆଇଏଲ ମହାକାଶ କ୍ଷେତ୍ରରେ ବ୍ୟବସାୟିକ ସୁଗମତା ସୁବିଧା ମଧ୍ୟ ପ୍ରଦାନ କରିବ । ଏନଏସଆଇଏଲ ବୋର୍ଡ ଏବେ ଉପଗ୍ରହ ସଞ୍ଚାର କ୍ଷେତ୍ରରେ ବଜାର ଉପଯୋଗୀ ଏବଂ ବିଶ୍ବସ୍ତରୀୟ ମୂଲ୍ୟ ନିର୍ଦ୍ଧାରଣ କରିବାର ଅଧିକାର ପାଇବ । ଏନଏସଆଇଏଲକୁ ନିଜ ଅନ୍ତରୀଣ ନୀତି ଏବଂ ମାର୍ଗଦର୍ଶିକା ଅନୁରୂପ କ୍ଷମତା ଉପସ୍ଥାପନ କରିବା ଏବଂ ଆବଣ୍ଟିତ କରିବା ଲାଗି ମଧ୍ୟ ଅଧିକୃତ କରାଯାଇଛି । ଯାହାଫଳରେ ଭାରତୀୟ ମହାକାଶ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିପାରିବ ।

 

Leave A Reply

Your email address will not be published.