Latest Odisha News

ବଦଳିବ ଦେଶର ଶିକ୍ଷା ଢ଼ାଞ୍ଚା, ୨ ପ୍ରକାରର ହେବ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ୩୪ ବର୍ଷ ପରେ ବଦଳିଲା ଦେଶର ଶିକ୍ଷା ନୀତି । ନୂଆ ଶିକ୍ଷାନୀତିକୁ କ୍ୟାବିନେଟ ମଂଜୁରୀ ମିଳିଛି । ୧୦ଟି ଉଚ୍ଚଶିକ୍ଷା ବିଭାଗ ଓ ବିଦ୍ୟାଳୟ ର ୧୭ଟି ଶିକ୍ଷାନୀତି ପରିବର୍ତନ କରାଯାଇଛି । ଶିକ୍ଷାକ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର କରାଯିବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରେସମିଟ କରି ସୂଚନା ଦିଆଯାଇଛି ।

ପୂର୍ବ ପ୍ରାଥମିକ ୩ରୁ ୬ବର୍ଷ ଶିଶୁଙ୍କ ପାଇଁ ଶିକ୍ଷାନୀତିରେ ପରିବର୍ତ୍ତନ କରାଯାଇଛି । ଏହାସହ ଉଚ୍ଚଶିକ୍ଷା ହେବ ମଲ୍ଟି ଡିସିପ୍ଲିନାରୀ, ଶିକ୍ଷାଦାନରେ କୋଡ଼ିଂକୁ ଗୁରୁତ୍ୱ ଦିଆଯାଇଛି । ଷଷ୍ଠ ଶ୍ରେଣୀରୁ ଭୋକେସନାଲ ଶିକ୍ଷା ଆରମ୍ଭ ହେବ । ସେହିପରି ୧୦ଦିନର ଇନଟର୍ଣ୍ଣ ସୁବିଧା ରହିବ । ଦୁଇ ପ୍ରକାରର ବୋର୍ଡ଼ ପରୀକ୍ଷା କରାଯିବ । ଗୋଟିଏ ହେଉଛି ଡ଼େସକ୍ରିପଟିଭ୍ ଓ ଅନ୍ୟଟି ଅବଜେକ୍ଟିଭ୍ ହେବ । ଛାତ୍ରଛାତ୍ରୀଙ୍କ ରିପୋର୍ଟ କାର୍ଡ଼ରେ ୩ ପ୍ରକାରର ମୂଲ୍ୟାୟନ ରହିବ ।

ନୂଆ ଶିକ୍ଷାନୀତିରେ ସରକାର ୨୦୩୫ ସୁଦ୍ଧା ୫୦ ପ୍ରତିଶତ ଏନରୋଲମେଣ୍ଟ ଲାଗି ଲକ୍ଷଧାର୍ଯ୍ୟ କରିଛନ୍ତି। ଏବେ ହିନ୍ଦୀ ଓ ଇଂରାଜୀ ଭଳି ଅନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ ଇ-କୋର୍ସ ଉପଲବ୍ଧ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ପୂର୍ବ ଶିକ୍ଷାନୀତିରେ ମୋଟ ଜିଡିପିର ୪.୪ପ୍ରତିଶତ ବ୍ୟୟ ହେଉଥିଲା। ତେବେ ନୂଆନୀତିରେ ଏହି ପରିମାଣ ୬ ପ୍ରତିଶତ ଅଭିବୃଦ୍ଧି ହୋଇଛି।

ଅନ୍ୟପଟେ ଆଜି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନାମ ବଦଳି ଶିକ୍ଷା ମନ୍ତ୍ରାଳୟ ରଖାଯାଇଛି । ୧୯୮୬ ମସିହାରେ ଜାତୀୟ ଶିକ୍ଷା ନୀତିର ଘୋଷଣା ହୋଇଥିଲା ଏବଂ ୧୯୯୨ରେ ଏଥିରେ ସାମାନ୍ୟ ପରିବର୍ତନ କରାଯାଇଥିଲା । ୩ ଦଶକ ପରେ ବି ଏଥିରେ କିଛି ପରିବର୍ତନ କରାଯାଇନଥିଲା । ତେବେ ଦେଶର ଶିକ୍ଷାନୀତିକୁ ବ୍ୟାପକ କରିବାକୁ ଆଜ ଏଭଳି ଘୋଷଣା କରାଯାଇଛି ।

Leave A Reply

Your email address will not be published.