Latest Odisha News

BREAKING NEWS

ଅନୁଗୁଳ ଛେଣ୍ଡିପଦାରେ ମହିଳାଙ୍କୁ କଟୁରୀରେ ହାଣି ହତ୍ୟା କଲେ ଯୁବକ

ଅନୁଗୁଳ: ଛେଣ୍ଡିପଦା ଥାନା ବାଗଡିଆ ସଜରାସାହିରେ ଯୁବକଙ୍କ ଉନ୍ମତକାଣ୍ଡ । ଆଜିଦିନ ଦ୍ୱିପ୍ରହରରେ ପଡୋଶୀ ଘରର ଜଣେ ମହିଳାଙ୍କୁ ଯୁବକ ଜଣଙ୍କ କଟୁରୀରେ ହାଣି ହତ୍ୟା କରିଛନ୍ତି । ଯାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପୋଲିସର ସୂଚନା ଅନୁଯାୟୀ, ମଧ୍ୟାହ୍ନ ବେଳେ ସଜରାସାହିର ଶମ୍ଭୁନାଥ ସାହୁ ଏକ କଟୁରୀ ଧରି ସାହିରେ ବୁଲିବା ସହ ପଡିଶା ଘରର କିଛି ମହିଳାଙ୍କ ସହ ପାଟିତୁଣ୍ଡ କରୁଥିଲେ । ଏହା ପରେ ପାଖ ଘରେ ରହୁଥିବା ରେବତୀ ସାହୁଙ୍କ ଘରକୁ ଯାଇଥିଲେ । ସେତେବେଳେ ରେବତୀ ଝିଅମାନଙ୍କ ସହ ଘରେ ବସି ବିଡ଼ି ତିଆରି କରୁଥିଲେ । ଶମ୍ଭୁନାଥ ସେଠାରେ ପହଞ୍ଚି ରେବତୀଙ୍କୁ ପାଟି ତୁଣ୍ଡ କରିଥିଲା । ଉଭୟଙ୍କ ମଧ୍ୟରେ ସାମାନ୍ୟ ବଚସା ମଧ୍ୟ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଶମ୍ଭୁ କଟରୀ ଧରି ରେବତୀଙ୍କୁ ମାରି ଗୋଡାଇ ଥିଲା । ରେବତୀ ଦୌଡ଼ି ପଳାଇବା ସମୟରେ ଶମ୍ଭୁ ତାଙ୍କ ତଣ୍ଟିକୁ କଟୁରୀରେ ହାଣି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ରେବତୀଙ୍କ ମୃତ୍ୟୁ ହୋଇଥିଲା ।

ଖବର ପାଇ ବାଗଡ଼ିଆ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଏହି ସମୟରେ ଶମ୍ଭୁ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ତାକୁ କାବୁ କରି ନେଇଥିଲା । ତେବେ କେଉଁ ଶମ୍ଭୁ ରେବତୀଙ୍କୁ ଆକ୍ରମଣ କଲା ତାହା ଜଣାପଡିପାରିନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.