Latest Odisha News

BREAKING NEWS

ଗୋଟେ ଦିନରେ ଦୁଇ ଦୁଇ ଥର ଆସିଲା ହୃଦଘାତ, ୫୦ମିନିଟରେ ୨ଥର ବନ୍ଦ ହେଲା ନିଶ୍ଵାସ, ତଥାପି ଜୀବିତ ଯୁବକ

ନୂଆଦିଲ୍ଲୀ: ୩୧ ବର୍ଷିୟ ବେନ ୱିଲସନ ଗତ ବର୍ଷ ଜୁନ ମାସରେ ଦୁଇ ଦୁଇଥର ହୃଦ୍‌ଘାତରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ବର୍ତ୍ତମାନ ସେ ପୁରା ସୁସ୍ଥ । ନିଜ ଘରେ ଥିବା ବେଳେ ପ୍ରାୟ ୫୦ ମିନିଟର ବ୍ୟବଧାନରେ ତାଙ୍କୁ ଦୁଇ ଦୁଇ ଥର ହୃଦଘାତ ହୋଇଥିଲା । ନିଶ୍ଵାସ ମଧ୍ୟ ୨ଥର ବନ୍ଦ ହୋଇଯାଇଥିଲା । ଯାହା ପରେ ତାଙ୍କୁ ବଞ୍ଚେଇବାକୁ ପାରାମେଡିକ୍ସଙ୍କୁ ୧୭ଥର ଡିଫାଇବ୍ରିଲେଟରର ବ୍ୟବହାର କରିବାକୁ ପଡିଥିଲା | ଏପରି ପରିସ୍ଥିତିରେ ଡାକ୍ତରମାନେ ମଧ୍ୟ ଆଶା ମଧ୍ୟ ଛାଡିଦେଇଥିଲେ । ତାଙ୍କ ପରିବାରକୁ ଡାକ୍ତରମାନେ ତାଙ୍କର ବଞ୍ଚିବାର ଆଉ ଆଶା ନାହିଁ ବୋଲି ମଧ୍ୟ କହିସାରିଥିଲେ । କିନ୍ତୁ କୁହନ୍ତି ନା ଯାହାକୁ ରଖିବେ ଅନନ୍ତ, କି କରି ପାରେ ବଳବନ୍ତ । ସବୁ ନିରାଶାରେ ଆଶାର ନୂତନ ସୂର୍ଯ୍ୟ ଉଦୟ କରି ମୃତ୍ୟୁ ସହ ଲଢି ଜୀବନ ଫେରି ପାଇଥିଲେ ୱିଲସନ୍ ।

ନିଜର ନିଷ୍ଠା ଏବଂ ସାହସ ହେତୁ ବେନ ୱିଲସନ ଡାକ୍ତରଙ୍କ ଭବିଷ୍ୟବାଣୀକୁ ଭୁଲ ପ୍ରମାଣ କରିଥିଲେ । ମସ୍ତିଷ୍କକୁ ଅମ୍ଳଜାନ ଅଭାବରୁ ରକ୍ଷା କରିବା ପାଇଁ ତାଙ୍କୁ ପାଞ୍ଚ ସପ୍ତାହ କୋମାରେ ରଖାଯାଇଥିଲା। ଏହା ପରେ ସେ ଧୀରେ ଧୀରେ ଚାଲିବା ସହ କଥାବାର୍ତ୍ତା କରିବା ଆରମ୍ଭ କରିଥିଲେ । ନିକଟରେ ସେ ତାଙ୍କର ସାଥୀ ରେବିକାଙ୍କୁ ପ୍ରପୋଜ କରିଥିଲେ । ଏହି ସମୟରେ ରେବିକା କହିଥିଲେ ଯେ, ବର୍ତ୍ତମାନ ତାଙ୍କର କଥାକହିବା ଏବଂ ସ୍ମୃତି ଶକ୍ତି ସମ୍ବନ୍ଧୀୟ କିଛି ଛୋଟ ଛୋଟ ସମସ୍ୟା ରହିଛି ।

ରେବିକା ଆହୁରି ମଧ୍ୟ କହିଛନ୍ତି ଯେ, “ଯେତେବେଳେ ଆମ୍ବୁଲାନ୍ସ ପହଞ୍ଚିଲା ସେତେବେଳେ ସେଥିରେ ଥିବା ଡାକ୍ତର କହିଥିଲେ ଯେ ସ୍ଥିତି କିଛି ଭଲ ନାହିଁ । ୪୦ ମିନିଟରେ ୧୧ ଥର ଡିଫାଇବ୍ରିଲେଟର ବ୍ୟବହାର କରିବା ପରେ ତାଙ୍କର ନିଶ୍ଵାସ ଚାଲିଥିଲା । କିନ୍ତୁ ଯେମିତି ସେ ତାଙ୍କୁ ବାହାରକୁ ଆଣିଲେ ପୁଣି ଥରେ ତାଙ୍କର ନିଶ୍ଵାସ ବନ୍ଦ ହୋଇଯାଇଥିଲା । ସେମାନେ ୧୦ ମିନିଟରେ ପୁଣି ୬ଥର ଡିଫାଇବ୍ରିଲେଟର ବ୍ୟବହାର କଲେ । ଏହାପରେ ତାଙ୍କର ନିଶ୍ଵାସ ଚାଲିଥିଲା । କୌଣସି ଅଘଟଣ ଘଟିବା ପୂର୍ବରୁ ତାଙ୍କୁ ଡାକ୍ତରମାନେ କୋମାରେ ରଖିଥିଲେ।”

ରେବିକା କହିଛନ୍ତି ଯେ, “ମୁଁ ସବୁବେଳେ ତାଙ୍କ ସହିତ ରହିଥିଲି, ତାଙ୍କୁ କେତେ ଭଲ ପାଏ ତାହା ତାଙ୍କୁ କହୁଥିଲି । ମୁଁ ତାଙ୍କୁ ଆମର ପ୍ରିୟ ଗୀତ ଗାଇ ଶୁଣଉଥିଲି । ତାଙ୍କ ତକିଆରେ ମୋ ପରଫ୍ୟୁମ ସ୍ପ୍ରେ କରି ତାଙ୍କ ପାଖରେ ଏକ ଟେଡି ରଖିଥିଲି, ଯାହା ସେ ମୋତେ ଦେଇଥିଲେ । ମୋର ବିଶ୍ଵାସ ଥିଲା ଯେ, ଭଗବାନ ମୋ ପ୍ରେମକୁ ମୋତେ ପୁଣିଥରେ ଫେରେଇଦେବେ । ଶେଷରେ ମୋ ବିଶ୍ଵାସର ଜିତ୍ ହୋଇଥିଲା । ଭଗବାନ ମୋ ପ୍ରେମକୁ ମୋତେ ଫେରେଇ ଦେଇଥିଲେ ବୋଲି କହିଛନ୍ତି ରେବିକା ।

 

 

Leave A Reply

Your email address will not be published.