Latest Odisha News

BREAKING NEWS

ହାତରୁ ଗଲେ `ଅଧିରାଜ’ କରିବେ କି ଶଙ୍ଖନାଦ ?

ଭୁବନେଶ୍ବର: ଖରିଆର ବିଧାନସଭା ନିର୍ବାଚନମଣ୍ଡଳୀରେ ଅଧିରାଜ ଟୁଇଷ୍ଟ। ଗତଥର କଂଗ୍ରେସରୁ ବିଜୟୀ ହୋଇଥିବା ଅଧିରାଜ ପାଣିଗ୍ରାହୀ ଏଥର ହାତ ଛାଡି ଶଙ୍ଖ ଫୁଙ୍କିଛନ୍ତି । ବିଜେଡି ତାଙ୍କୁ ଖରିଆରରୁ ପ୍ରାର୍ଥୀ କରିଛି । ଗତଥର ବିଜେଡିର ଲମ୍ବୋଦର ନିଆଳଙ୍କୁ ହରାଇ ବିଧାନସଭାରେ ପହଞ୍ଚିଥିଲେ ଅଧିରାଜ । ଏଥର ଦିଲ୍ଲୀ ଲଢେଇ ପାଇଁ କଳାହାଣ୍ଡିରୁ ଲମ୍ବୋଦରଙ୍କୁ ବିଜେଡି ଟିକେଟ୍ ଦେଇଥିବା ବେଳେ ଅଧିରାଜଙ୍କୁ ଖରିଆରରୁ ଓହ୍ଲାଇଛି । ଖରିଆର ଏନଏସି, ଖରିଆର, ବୋଡେନ୍ ଓ ସିନାପାଲି ବ୍ଲକକୁ ନେଇ ରହିଥିବା ଖରିଆର ବିଧାନସଭା ନିର୍ବାଚନ ମଣ୍ଡଳୀ ନିଜ ଖାତାକୁ ନେବାକୁ ଅଧିରାଜଙ୍କୁ ସେନାପତି କରିଛି ଦଳ । ବିଜେଡି ଭୋଟ୍ ସାଙ୍ଗକୁ କଂଗ୍ରେସର ପାରମ୍ପରିକ ଭୋଟ୍ ବ୍ୟାଙ୍କ ହାତେଇବାକୁ ଉଦ୍ୟମ କରିଛି ବିଜେଡି ।

ବିଜେପି ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀଙ୍କୁ ମଇଦାନକୁ ଓହ୍ଲାଇଛି । ୨୦୦୯ରୁ ୨୦୧୪ପର୍ଯ୍ୟନ୍ତ ଖରିଆରର ବିଧାୟକ ରହିଥିବା ହିତେଶ ବଗର୍ତ୍ତୀ ଏଥର ବହୁ ପୂର୍ବରୁ ମଇଦାନରେ ଆକ୍ଟିଭ ରହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ ଯୋଜନା ନେଇ ସେ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି । ସେ ବିଧାୟକ ଥିବା ସମୟରେ ହୋଇଥିବା ବିକାଶ କାମର ହିସାବ ଜନତାଙ୍କୁ ଦେଉଛନ୍ତି । ସେପଟେ କମଳ ଚରଣ ତାଣ୍ଡିଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି ରହିଥିବା କମଳ ତାଣ୍ଡିଙ୍କର ମଧ୍ୟ ଗ୍ରାଉଣ୍ଡରେ ସମର୍ଥକ ରହିଛନ୍ତି । ତେଣୁ ଏଥର ଖରିଆରରେ ତ୍ରିମୁଖୀ ଲଢେଇ ହୋଇପାରେ ।

Leave A Reply

Your email address will not be published.