Latest Odisha News

BREAKING NEWS

ବୁମେରାଂ ହେଲା ରାହୁଲଙ୍କ ‘ପ୍ରେମ ଦୋକାନ’; ମୁହଁତୋଡ ଜବାବ ଦେଲା ବିଜେପି

ନୂଆଦିଲ୍ଲୀ: ଘୃଣା ବଜାରରେ ରାହୁଲଙ୍କ ପ୍ରେମ ଦୋକାନ ବାର୍ତ୍ତା ବୁମେରାଂ ହେଲା । ପ୍ରେମର ସଉଦା ହୁଏନି । ପ୍ରେମ ବିକା ବା କିଣା ଯାଏନି..ଏମିତି କହି ରାହୁଲଙ୍କୁ   କଡା ସମାଲୋଚନା କରିଛି ବିଜେପି । ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ନଳୀନ କୋହଲି ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏ ନେଇ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି ।

‘ମୁଁ ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିବା ପାଇଁ ଆସିଥିଲି । ଆପଣ ବି ପ୍ରେମର ଛୋଟ ଦୋକାନଟିଏ ଖୋଲନ୍ତୁ । ଅଳ୍ପ କିଛି ଲୋକ ଘୃଣା ବାଣ୍ଟୁଛନ୍ତି । ଗରିବ, ଚାଷୀ ସମସ୍ତ ହାତ ଧରାଧରି ହୋଇ ଚାଲୁଛନ୍ତି । ଆମେ ୩୦୦୦ କିଲୋମିଟରରୁ ଅଧିକ ରାସ୍ତା ଚାଲି ସାରିଲୁଣି । ଆପଣ ପଚାରନ୍ତୁ, ଏହି ଯାତ୍ରାରେ କାହାକୁ ଧର୍ମ, ସଂପ୍ରଦାୟ ବିଷୟରେ ପଚରା ଯାଇଛି କି ?’ ଆଜି ଭାରତ ଯୋଡୋ ଯାତ୍ରାରେ ଦିଲ୍ଲୀରେ ପହଞ୍ଚି ଏମିତି କିଛି ଭାବପ୍ରବଣ କଥା କହିଥିଲେ  ରାହୁଲ ।

ଏହାକୁ ଟାର୍ଗେଟ କରି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ନଳୀନ କୋହଲି କହିଥିଲେ, ‘କଂଗ୍ରେସ ତାର ଶାସନ କାଳ ସମୟରେ ଏତେ ଭ୍ରଷ୍ଟାଚାର କରିଛି ଯେ, ତାଙ୍କୁ ଲାଗୁଛି ସବୁ ଜିନିଷ କିଣା ଯାଇ ପାରିବ । ସେଥିପାଇଁ  ପ୍ରେମର ଦେକାନ..ପରି ଶବ୍ଦ ପ୍ରୟୋଗ କରିଛନ୍ତି  । ପ୍ରେମ, ଭଲପାଇବାର କ’ଣ କିଣାବିକା କରାଯାଇପାରେ ? ବର୍ତ୍ତମାନ କରୋନାକୁ ନେଇ ଚିନ୍ତା ବଢିଛି । ପ୍ରୋଟୋକଲ୍ସ ରହିଛି । ଆରୋପ, ପ୍ରତ୍ୟାରୋପରେ କିଛି ହେବନି । ସମସ୍ତେ ମାସ୍କ ପିନ୍ଧିଲେ ହୁଏତ କରୋନକୁ କାବୁ କରାଯାଇ ପାରେ । ଏ ନେଇ ସମସ୍ତଙ୍କ ସହଯୋଗ ଦରକାର ।’

ସେହିପରି ପ୍ରସାରଣ ଏବଂ ସୂଚନା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି,ମୋଦିଙ୍କ ନେତୃତ୍ୱରେ ଦେଶ ସୁରକ୍ଷିତ ଅଛନ୍ତି । ଦେଶ ବିଭାଜନ କଂଗ୍ରେସର ନୀତି । ଭାରତ ଯୋଡୋ ଯାତ୍ରାରେ ଖଣ୍ଡ-ଖଣ୍ଡ ଗ୍ୟାଙ୍ଗର ଲୋକ ସାମିଲ ହୋଇଛନ୍ତି । ଯିଏ ଦେଶକୁ ମାଟିରେ ମିଶାଇବାକୁ ଚାହାଁନ୍ତି ସେ କେମିତି ପ୍ରେମର ଦୋକାନ ଖୋଲିବେ ?’

ସେ ଆହୁରି କହିଛ୍ତି, ଚୀନ, ଜାପାନରେ କରୋନା ରୋଗୀଙ୍କ ଶବ ଗଦା ଗଦା ପଡିଥିବାବେଳେ ଭାରତରେ ଏହାକୁ ରୋକିବାକୁ ଚେଷ୍ଟା କରୁଛନ୍ତି  । ଯେତେବେଳେ କରୋନା ଆରମ୍ଭ ହୋଇଥିଲା ସେତେବେଳେ ବି ରାହୁଲ ଲୋକଙ୍କ ମଧ୍ୟରେ ଭ୍ରମ ସୃ୍ଷ୍ଟି କରୁଥିଲା ଏବଂ ଭୟଭୀତ କରାଉଥିଲା । କଂଗ୍ରେସ ହିଁ ଦେଶର ବୈଜ୍ଞାନିକ ଏବଂ ଭ୍ୟାକ୍ସନ ଉପରେ ପ୍ରଶ୍ନବାଚୀ ଲଗାଇଥିଲା । ତେଣୁ ଏବେ ସମୟ ଆସିଛି କୋଭିଡ ପ୍ରୋଟୋକଲ ମାନିବାର । କିନ୍ତୁ ରାହୁଲ ସଂକ୍ରମିତ ଲେକଙ୍କ ସହ ବୁଲୁଛନ୍ତି  । ରାହୁଲ କୋଭିଡ ଟେଷ୍ଟ କରାଇଛନ୍ତି କି ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।

Comments are closed.